STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ମାଆ

ମାଆ

1 min
10


ଦୁନିଆ ବୁକୁରେ ପରିଚୟ ଦିଏ

ଛାତି ଚିରି ସିଏ ଅମୃତ ପିଆଏ

କୋଳେ ଧରି ଯିଏ ଜହ୍ନକୁ ଦେଖାଏ

ନାନାବାୟା ଗୀତ ଗାଇ ସେ ସୁଆଏ

ମଧୁର ତାହାରି ନାଆଁ,

ସିଏ ତ ଆମରି ମା'..................।


କାନି ପଣତରେ ଧୂଳି ଝାଡୁଥାଏ

ନ ଖାଇଲେ ଯିଏ ଖୁଆଇ ତ ଦିଏ

ବସ୍ତାନୀ ସଜାଡି ସ୍କୁଲକୁ ପଠାଏ

ଜ୍ଞାନର ଆଲୋକ ଯିଏ ତ ଦେଖାଏ

ମଧୁର ତାହାରି ନାଆଁ,

ସିଏ ତ ଆମରି ମା'..................।


ଅବାଟରେ ଗଲେ ଯିଏ ତ ବୁଝାଏ

ବାପା ଗାଳିଦେଲେ ଲୁହ ସେ ଗଡାଏ

ଅସୁସ୍ଥ ହୋଇଲେ ଔଷଧ ଖୁଆଏ

ନିଦ ଆସେ ନାହିଁ ରାତି ସାରା ଚିଏଁ

ମଧୁର ତାହାରି ନାଆଁ,

ସିଏ ତ ଆମରି ମା'...................।


ଝୁଣ୍ଟିଗଲେ ଆମେ ଆଘାତ ସେ ପାଏ

କୋଳେ ଟାଣିନେଇ ଆଉଁସି ସେ ଦିଏ

ଯେତେ ବଡ ହେଲେ ଛୁଆ ଭାବୁଥାଏ

ପେଟ ଭୋକ ଆଉ ମନ ଜାଣିଥାଏ

ମଧୁର ତାହାରି ନାଆଁ,

ସିଏ ତ ଆମରି ମା'...................।


ଖରାରୁ ଆସିଲେ ସ୍ବେଦ ପୋଛୁଥାଏ

ଆମ ପାଇଁ ଦିନ ରାତି ଖଟୁ ଥାଏ

ଜୀବନରେ ତା'ର ବିଶ୍ରାମ ନ ଥାଏ

ଭବିଷ୍ୟତ ଚିନ୍ତା ସିଏ କରୁଥାଏ

ମଧୁର ତାହାରି ନାଆଁ,

ସିଏ ତ ଆମରି ମା'...........…....।


ଯା' ହାତର ସ୍ପର୍ଷ ସ୍ୱର୍ଗ ସୁଖ ଦିଏ

ଆଉଁସି ଦେଲେ ସେ କ୍ଳାନ୍ତି ଦୂର ହୁଏ

ଆମ ଖୁସି ଦେଖି ଯିଏ ଖୁସି ହୁଏ

ଆମ ହସ ଦେଖି ସିଏ ହସୁଥାଏ

ମଧୁର ତାହାରି ନାଆଁ,

ସିଏ ତ ଆମରି ମା'.................।


ଅଳି ଅଝଟ ସେ ସବୁ ମାନି ନିଏ

ହାତ ଧରି ସିଏ ବାଟ ତ ଚଲାଏ

ବସୁଧା ପରି ସେ ସବୁ ସହିଯାଏ

ଶୁଭ ମନାସୀ ସେ ଦୀପ ଜାଳୁଥାଏ

ଅମୃତ ଟି ତାର ନାଆଁ,

ସିଏ ତ ଆମରି ମା'.................।।


Rate this content
Log in

Similar oriya poem from Abstract