STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

2 mins
27


ମର୍ଯ୍ୟାଦା ପୁରୁଷୋତ୍ତମ   ରଘୁକୁଳ ବୀର ରାମ

   ସୂର୍ଯ୍ୟ ବଂଶର ଉତ୍ତମ କୌଶଲ୍ୟା ସୁତ

ଅଯୋଧ୍ୟାର ନରପତି    ସଂସାରେ ଯାହାଙ୍କ ଖ୍ୟାତି

    ଦଶରଥ ଙ୍କ ନନ୍ଦନ ସେ ରଘୁନାଥ

     ସତ୍ୟ ଧର୍ମ ପ୍ରଜା ପାଳକ

  ତାଙ୍କ ପରି ରାଜା ନାହିଁ ଏ ତିନି ଲୋକ  ।

ସର୍ବ ଗୁଣେ ପରିପୂର୍ଣ  ସତ୍ୟ, ଧର୍ମ, ନ୍ୟାୟ ବାନ

    ପରଂବ୍ରହ୍ମ ନାରାୟଣ ଯୁଗାବତାର 

ଅବନୀ ଭାର ଉଶ୍ୱାସ   କରିବାକୁ ପୀତବାସ

    ମର୍ତ୍ତ୍ୟରେ ଜନମ ନେଲେ ରାମାବତାର 

       ମାନବୀୟ ଲୀଳା ତାଙ୍କର

   ଲୀଳାମୟ ଠାକୁର ଙ୍କ ଲୀଳା ଅପାର  ।

ମହାରାଜା ଦଶରଥ     ଅଯୋଧ୍ୟା ର ନରନାଥ

     କଉ ଶଲ୍ୟା କଇକେୟୀ ସୁମିତ୍ରା ରାଣୀ 

କୌଶଲ୍ୟା ଗର୍ଭରୁ ରାମ   ସୁମିତ୍ରା ଗର୍ଭୁ ଲକ୍ଷ୍ମଣ

   ଶତ୍ରୁଘ୍ନ,କୈକେୟୀ ସୁତ ଭରତ ପୁଣି

     ଚାରିଜଣ ରାଜ କୁମାର

   ରୂପରେ ଗୁଣରେ ସରି କିଏ ତାଙ୍କର  ।

ଧୀରେ ଧୀରେ ବଡ଼ ହେଲେ  ଧନୁର୍ବିଦ୍ୟା ଶିକ୍ଷା କଲେ

    ଗୁରୁ ବଶିଷ୍ଠ ଆଶ୍ରମେ ରାଜ କୁମାର

ଧନୁର୍ବିଦ୍ୟାରେ ନିପୁଣ     ହୋଇଗଲେ ଚାରିଜଣ

    ଜ୍ୟେଷ୍ଠ ଭ୍ରାତା ରାମ ଚନ୍ଦ୍ର ବୀର ଙ୍କ ବୀର

      ବିଶ୍ଵାମିତ୍ର ଆସି ମିଳିଲେ

   ରାମ ଲକ୍ଷ୍ମଣ ଙ୍କୁ ତାଙ୍କ ସାଙ୍ଗରେ ନେଲେ  ।

ବିଶ୍ଵାମିତ୍ର ଙ୍କ ସହିତ    ଚଳିଲେ ରାମ ସୌମିତ୍ର

     ମହାଘୋର କାନନରେ ମିଳିଲେ ଯାଇ 

ତାଡକା ନିଧନ କରି    ପାଷାଣୀ ଅହଲ୍ୟା ତାରି

   ମିଥିଳା ନଗ୍ରେ ପ୍ରବେଶ ହୋଇଲେ ଯାଇ

       ଶିବଧନୁ ଭାଙ୍ଗି ଶ୍ରୀରାମ 

   କରିଲେ ଭୂମି ସୁତା ଙ୍କ ପାଣି ଗ୍ରହଣ  ।

ପିତାଙ୍କର ସତ୍ୟ ପାଳି    ବନକୁ ଗଲେ ସେ ଚଳି

   ସଙ୍ଗତରେ ଗଲେ ସୀତା ଲକ୍ଷ୍ମଣ ବୀର

ପଞ୍ଚବଟୀ ଅରଣ୍ୟ ରେ    ନିର୍ମାଣି ପତ୍ର କୁଟୀରେ 

    ସନ୍ୟାସୀ ବେଶେ ରହିଲେ କୋଦଣ୍ଡ ଧର

       ଛଦ୍ମ ବେଶୀ ଲଙ୍କା ରାଜନ

   ମାତା ସୀତାଙ୍କୁ ଛଳରେ କଲା ହରଣ  ।

ସୀତାଙ୍କୁ ନପାଇ ରାମ    ଅରଣ୍ୟ ମଧ୍ୟେ ଭ୍ରମଣ

    ଜଟାୟୁ ଠାରୁ ଶ୍ରବଣ ସୀତା ବାରତା

ଲଙ୍କାପତି ଦଶାନନ     ସୀତାଙ୍କୁ କଲା ହରଣ

    ଶୁଣି ଶ୍ରୀ ରଘୁନନ୍ଦନ ହେଲେ କୋପିତା

     ହନୁ ସଙ୍ଗେ ହୋଇଲା ଭେଟ

  ସୀତାଙ୍କ ଉଦ୍ଧାର ପାଇଁ ଫିଟିଲା ବାଟ  ।

ରାମ ଭକ୍ତ ହନୁ ବୀର    ସାତ ସମୁଦ୍ର କୁ ପାର

    ଅଶୋକ ବନେ ସୀତାଙ୍କୁ ଠାବ କରିଲା

ସ୍ୱର୍ଣ୍ଣମୟୀ ଲଙ୍କା ପୁର    ଜାଳି ପୋଡ଼ି ଛାର ଖାର

    କରି କେଶରୀ ନନ୍ଦନ ଫେରି ଆସିଲା

      ରାମ ପାଶେ କହିଲା ଯାଇ

   ଅଶୋକ ବନେ ବନ୍ଦିନୀ ସତୀ ବୈଦେହୀ ।

ସୁଗ୍ରୀବ ସଙ୍ଗତେ ବନ୍ଧୁ   ବାନ୍ଧିଲେ ସେ ଭକ୍ତ ବନ୍ଧୁ

   ଗଢିଲେ ବାନର ସେନା ପ୍ରଭୂ ଶ୍ରୀରାମ

ଜାମ୍ବବନ ହନୁମାନ    ନଳ,ଅଙ୍ଗଦ, ସୁସେଣ

   କେତେ କେତେ କପିବର ମିଳିଲେ ପୁଣ

     ସମୁଦ୍ର ରେ ବାନ୍ଧିଲେ ସେତୁ

  ବାଲି, ଗୋଡି, ପଥରରେ ହୋଇଲା ସେତୁ  ।

ଲଙ୍କା କଟକେ ମିଳିଲେ  ଭୟଙ୍କର ଯୁଦ୍ଧ କଲେ

   ନାଶିଲେ ଅସୁର ସେନା ରଘୁ ନନ୍ଦନ

ରାବଣ ବଂଶ ନିପାତ   କରିଦେଲେ ରଘୁନାଥ

   ସହଜ ନୁହଁ ନିଧନ ଦର୍ପି ରାବଣ

     ମହା ବଳ ଶାଳୀ ସେ ଥିଲା

 କୌଣସି ଅସ୍ତ୍ରେ ମରଣ ତାର ନୋହିଲା  ।

ମର୍ଯ୍ୟାଦା ପୁରୁଷୋତ୍ତମ  ମହା ଧନୁର୍ଦ୍ଧର ରାମ

   ପୂଜିଲେ ଭକ୍ତି ଚିତ୍ତରେ ବାସନ୍ତୀ ଦୁର୍ଗା

ଶହେ ଆଠ ପଦ୍ମ ଆଣି   ମାତାଙ୍କୁ ପୂଜିଲେ ପୁଣି

   ରାମଙ୍କ ଠାରେ ପ୍ରସନ୍ନ ହୋଇଲେ ଦୁର୍ଗା

     ଆଦ୍ୟାଶକ୍ତି ସହାୟ ହେଲେ

 ଦେବୀ କୃପା ବଳେ ଦଶା ନନ ମାରିଲେ  ।

ପାପୀ ଅସୁରକୁ ମାରି    ପୃଥିବୀ ଉଶ୍ୱାସ କରି

   ସୀତାଙ୍କୁ ଉଦ୍ଧାର କରି ରଖିଲେ ଯଶ

ଚଉଦ ବର୍ଷ ପୁରିଲା    ପିତା ସତ୍ୟ ରକ୍ଷା ହେଲା

   ଫେରିଲେ ଅଯୋଧ୍ୟା ପୁର ଜାନକୀ ଈଶ

     ପୁର ବାସୀ ହୋଇଲେ ଖୁସି

  ଆନନ୍ଦେ ନାଚିଲେ ସର୍ବ ଅଯୋଧ୍ୟା ବାସୀ  ।

ରାମ ଅଭିଷେକ ହେଲା   ଜୟ ଧ୍ଵନି ଶୁଣା ଗଲା

    ଅଯୋଧ୍ୟା ନଗ୍ରେ ପ୍ରତିଷ୍ଠା ରାମ ଶାସନ

ଜୟ ରଘୁବୀର ରାମ    ଜୟ କୋଦଣ୍ଡ ଧାରଣ 

    ମର୍ଯ୍ୟାଦା ପୁରୁଷୋତ୍ତମ ସୀତା ରମଣ

      ତୁମ ପାଦେ ପଶେ ଶରଣ

  ଭବ ସଂସାରୁ ଉଦ୍ଧାର ହେ ନାରାୟଣ  ।



Rate this content
Log in

Similar oriya poem from Abstract