Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Inspirational Others

3  

Nrusingha Narayan Tripathy

Classics Inspirational Others

ଜନନୀ ଭଗିନୀ ଜାୟା ତିନି ରୂପ

ଜନନୀ ଭଗିନୀ ଜାୟା ତିନି ରୂପ

1 min
152



ଜୀବନ ସୃଷ୍ଟିର ସ୍ରଷ୍ଟା ଜଗତେ

ନାରୀ ପାଇଁ ସତ୍ତା ରହିଛି ସତେ

ପ୍ରକୃତି ପୁରୁଷ ମିଳିତ ହେଲେ

ନୂତନ ଜୀବନ ଲଭଇ ଭଲେ

ନାରୀର ଜୀବନ

ନାନା ରୂପେ ତାକୁ କରୁ ସମ୍ନାନ l


ପିତା ପାଇଁ ପୁତ୍ରୀ ରାଜକୁମାରୀ

ଭାରି ଅଲିଅଳି ଗେଲ୍ହା ସବୁରୀ

ତା ହସଖୁସିରେ ହସେ ସଂସାର 

ଦୁହିତା ନାମରେ ହୁଏ ବିଚାର

କନ୍ୟାସେ ଅନନ୍ୟା

ନାହିଁଯେ ଉପମା ତାର ତୁଳନା l


ଭଗିନୀ ଭ୍ରାତାର ପ୍ରେମ ମଧୁର

ଭ୍ରାତା ପାଇଁ ଭଗ୍ନୀ ବାନ୍ଧେ ରାକ୍ଷୀର

ଭାଇର ଦୁଃଖରେ ହୋଇକି ଦୁଃଖୀ 

ଓଷା ବ୍ରତ ରଖେ ହେବାକୁ ସୁଖି

ସ୍ୱରୂପ ଭଗିନୀ

ସ୍ନେହ ମମତାର ସତ୍ୟ କାହାଣୀ l


ସମାଜ ନିୟମ ମାନି ଚଳଣି

ବିବାହ କରିସେ ହୁଅଇ ରାଣୀ

ସିନ୍ଦୁର ଲଗାଇ ସ୍ୱାମୀ ନାମରେ

ଅଜଣା ରାଇଜେ ସଂସାର କରେ

ଜାୟାର ନାମରେ

ସ୍ୱାମୀ ସେବା ଧର୍ମ ତାର ବ୍ରତରେ l


ସନ୍ତାନ ଦେଇକି ହୁଅଇ ମାଆ

ବାତ୍ସଲ୍ୟ ମମତା ଦେଖେ ଦୁନିଆଁ

ସନ୍ତାନ ପାଇଁକି ଦେଇ ରୁଧିର

ପ୍ରତିଷ୍ଠା କରାଏ ଯେ ମାତୃତ୍ୱର

ହୋଇକି ଜନନୀ

ପୂର୍ଣ୍ଣତା ପାଏସେ ସଦା କଲ୍ୟାଣୀ l


ନାରୀ ଅଟେ ଶକ୍ତି ଶାନ୍ତିର ରଥୀ

ମମତା ମୟୀସେ ସ୍ନେହର ସାଥି

ଜନନୀ ଭଗିନୀ ରୂପରେ ଉଭା

ଜାୟା ଅଟେ କାର ବଢ଼ାଇ ଶୋଭା

ଗୋଟିଏ କାୟାରେ

ତିନି ରୂପ ତାର ମୋହ ମାୟାରେ l



Rate this content
Log in

Similar oriya poem from Classics