ବାପା
ବାପା
ସ୍ରଷ୍ଟା ହେ ତୁମ,ରାଇଜର ରାଜା
କରି ଚାଲିଗଲ ବହୁତ ଦୂରେ
ପାଦ ଚିହ୍ନ ଦେଖି ପାଦେ ପାଦେ ଚାଲେ
ତିଆରିଛ ଯେଉଁ ରାଜ ରାସ୍ତା ରେ ।
ସେ ଅଙ୍ଗୁଳି ସ୍ପର୍ଶ ଆଜିବି ରହିଛି
ନିର୍ଭୟ ବର ଅଛି ପାଖରେ
ତୁମ କାନ୍ଧେ ଥାଇ ଦୂରକୁ ଦେଖିଛି
ସେ ସମର କଳା ରଖି ପାଖରେ ।
କେତେ ମାଡ଼,ଗାଳି ଖାଇଛି ବାଳୁତେ
ଦୁଷ୍ଟ, ନଷ୍ଟ ବୁଦ୍ଧି ସୃଷ୍ଟି କାଳରେ
ମଣିଷ ପଣିଆ ରଖିଛି ସାଇତି
ଲଗାଇ ପାରୁଛି ନିତି କାର୍ଯ୍ୟ ରେ ।
ଧୌର୍ଯ୍ୟର ପାହାଡ଼, ଶକ୍ତିର ଉହାଡ
ଢାଲ ହୋଇ ଥିଲ ଶିରେ
ତୁମ ଆଶୀର୍ବାଦେ ଏ ରଣ କ୍ଷେତ୍ରରେ
ନିତ୍ୟ ବିଜୟ କର୍ମରେ ।