Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Triphathy

Classics Inspirational Others

3  

Nrusingha Narayan Triphathy

Classics Inspirational Others

ପାଦୁକା ରାଜା

ପାଦୁକା ରାଜା

1 min
130



ରାଜା ଦଶରଥ କରି ଯଜ୍ଞ ବ୍ରତ

ହେଲେ ରାମଚନ୍ଦ୍ର ପିତା

ମର୍ଯ୍ୟାଦା ପୁରୁଷ ଈଶ୍ୱର ଶ୍ରୀରାମ

ରଘୁ ବଂଶ ବିଶ୍ୱ କର୍ତ୍ତା l


ସଂସାର ମଙ୍ଗଳ  ମରତେ ଜନମ

ଧର୍ମ ରକ୍ଷା ପାଳ ପ୍ରଜା

ପ୍ରିୟ ପ୍ରଜାଙ୍କର  ଶ୍ରଦ୍ଧାର ଠାକୁର 

ସବୁଠାରେ ପାଅ ପୂଜା l


କୌଶଲ୍ୟା କୁମର ଧନ କୈକେୟୀର

ଭରତର ଭ୍ରାତା ରାମ

ସ୍ନେହ ପ୍ରେମ ଗୁଣ ବଶୀଭୂତ ଜାଣ

ଅଯୋଧ୍ୟାରେ ରାମ ନାମ l


ପିତୃ ସତ୍ୟ ପାଳି  ରାମ ଗଲେ ଚାଲି

ବନେ ବରଷ ଚଉଦ 

ଅଯୋଧ୍ୟା ରାଜନ ହେବେଯେ ଭରତ

ଜାଣି ହେଲେ ମର୍ମାହତ l


ଧିକାର ଧିକାର   ରାଜ ଦରବାର

ଶୋକେ ଝୁରେ ଭାତୃତ୍ୱର 

ରାଜ ପଦ ମୋର ନାହିଁ ଦରକାର

ରାମ ପ୍ରାଣ ଜୀବନର l


ହୃଦେ ଦୁଃଖ ଧରି ଶ୍ରୀରାମେ ଗୁହାରି

ଚାଲ ଭାଇ ଘର ଫେରି

ପାଷାଣ ଶରୀର ସତ୍ୟେ ନିଷ୍ଠା ଯାର

ବୁଝିଲେନି ଆସିକରି l


ଶ୍ରେଷ୍ଠ ଭାତୃଭକ୍ତି  ଭରତର ନୀତି

ରାଜଗାଦୀ ଛାଡି କରି 

ବନଚାରି ବେଶେ ନିଜକୁ ସଜାଏ

ଜଟାଧାରୀ ରାମପରି l


ପାଦୁକା ପୂଜଇ ସିଂହାସନେ ରଖି

ରାମ ରାଜା ଦାସ ତାର 

ପ୍ରତୀକ ରାମର କାମ ସେବକର

ନିଦର୍ଶନ ଭାତୃତ୍ୱର l


ବିଶ୍ୱ ଦରବାରେ ଭାରତ ଦେଶରେ

ଭରତର ଜୟଗାନ

ଭାତୃ ପ୍ରେମ ଗାଥା ସଂଘୀୟ ସଂହିତା

ଜାତୀୟତା ଆମ ପ୍ରାଣ l


ଏବେ ରାଜନୀତି ଭୁଲିକି ସଂସ୍କୃତି

ପଦ ସ୍ଵାର୍ଥେ ଭୁଲେ ନୀତି

ନାହିଁ ଭାଇ ପ୍ରୀତି ଧନ ଲୋଭେ ମାତି

ହଜାଏ ନିଜର କୀର୍ତ୍ତି l



Rate this content
Log in

Similar oriya poem from Classics