STORYMIRROR

Madhabi Patel

Classics

3  

Madhabi Patel

Classics

ଶିବ ଜଣାଣ

ଶିବ ଜଣାଣ

1 min
162


ଜୟବାବା ଆଶୁତୋଷ ଶିବ ଶଙ୍କର

ଏ ପାପ ପଙ୍କରୁ ଦେବ କର ଉଦ୍ଧାର।


ଲହଲହ ଭୁଜଙ୍ଗ କୁ କରିଣ ହାର

ଭଷ୍ମ ବିଭୁତିମଣ୍ଡିତ କେତେ ସୁନ୍ଦର ।


ତ୍ରିପୁରେ ସବୁଠି ଯାର ନାମ ପ୍ରଚାର

ବିଷ୍ଣୁ ବ୍ରହ୍ମା ପାଇଲେନି ତୋର ଆକାର।


ଜ୍ୟୋତିର୍ଲିଙ୍ଗ ମଧ୍ୟେ ସ୍ଥିତ ତୁ ଅଗୋଚର

ଆକାଶୁ ପାତାଳ ବ୍ୟାପି ତୁ ମହାକାଳ।


ତ୍ରିଶୂଳ ଡମ୍ବରୁ ଧର ବୃଷ ବାହନ ତୋର

ଗରଳ ପାନ କରି ତୁ ନୀଳ କଣ୍ଠେଶ୍ବର।


ଦେବତା ଅଶୁର ସର୍ବେ ପ୍ରିୟ ତୋହର

ଆଶୁ ରେ ତୁ ତୋଷ ହେଉ ଯାଚୁ ତୁ ବର।


ନର ଜନମରେ କରି କୁକୃତ୍ୟ ଘୋର

ଦୋଷ ନାଶ କର ମାଗେ କରୁଣା ତୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics