STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବନ୍ଦେ ମା ସରସ୍ବତୀ

ବନ୍ଦେ ମା ସରସ୍ବତୀ

1 min
214

ଚିନ୍ତା ଚେତନାର ବିନ୍ଦୁରେ

ରହି ଦେବୀ ଭାରତୀ,

ପବିତ୍ର କରନ୍ତୁ' ସବୁରି ମନ

ମା' ସରସ୍ବତୀ।


ବୀଣା ପୁସ୍ତକ ଧାରିଣୀ ମା'

ପଦ୍ମାସନା ଶାରଦା,

କଳା,ବୁଦ୍ଧିର ମହାସିନ୍ଧୁ

ଜ୍ଞାନଦାତ୍ରୀ ବରଦା।


କଣ୍ଠେ ବିଜେ କଲେ, ମୂକ ମା'

ହୋଇଯାଏ ବାଚାଳ,

ତୋର ଆଶୀର୍ବାଦ ପାଇଲେ

ପଙ୍ଗୁ ଲଂଘେ ଅଚଳ।


ମହାମୁର୍ଖ କାଳିଦାସଙ୍କୁ

କଲୁ ମହାପଣ୍ଡିତ,

ଶବ୍ଦ-ଦେବୀ ଆମ୍ଭ କଣ୍ଠକୁ

କର ଶବ୍ଦ-ପବିତ୍ର ।


ସର୍ବ ଆତ୍ମା କରୁ ପବିତ୍ର

ତୁମ୍ଭ ଶବ୍ଦ ବିଭୂତି,

ଅସି ଦୂର ହୋଇ ମସୀର

ବିଶ୍ବେ ହେଉ ରାଜୁତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics