ମୋ ଗାଆଁ
ମୋ ଗାଆଁ
ଧୂଳି ଧୂସରିତ ମୋରମ ରାସ୍ତା ଟା
ମୋ ଗାଆଁ ମୁଣ୍ଡକୁ ଛୁଏଁ
ବୁଢ଼ା ବରଗଛ ଗାଆଁ ମୁଣ୍ଡେ ସାକ୍ଷୀ
ମୋ ଗାଆଁ କଥା ସବୁ କହେ ।
ପାହାଡ଼,ପଡ଼ିଆ ଦୂର ତାଳବଣ
କ୍ଷେତ ମାଳ ମନ ମୋହେ
ଝରଣା, ନଦୀ ର କୁଳୁକୁଳୁ ନାଦେ
ଏ ଦେହ ମନକୁ ମୋହେ ।
ବାର ମାସେ ତେର ପରବ ହୁଅଇ
ଭିଡ଼ ମେଲଣ, ମନ୍ଦିରେ
ଆନନ୍ଦ ଉଲ୍ଲାସେ ମନ ହଜୁଥିଲା
ଭାଇ ଚାରା ବନ୍ଧୁ ପଣେ ।
ମୋ ଗାଆଁଟି ଏବେ ରୂପ ବଦଳାଇ
ସହର ଚଳଣି ଚଳେ
କଂକ୍ରିଟ ରାସ୍ତାରେ ଧୂଆଁ ଛାଡ଼ି ଏବେ
ମଟର ଯାନଟା ଗଡ଼େ ।
ଭାଗବତ ଟୁଙ୍ଗୀ ଘରଟାକୁ ଭାଙ୍ଗି
କ୍ଲବ୍ ଘର ଠିଆ ହୁଏ
ଖଞଣୀ, ମୃଦଙ୍ଗ,ଝାଞ୍ଜ, ଗିନି ସ୍ଵର
ପଡୁନାହିଁ ଏବେ କାନେ ।
ଚାଳ ଛପର ର ଛୋଟିଆ ସଂସାର
ଛାତ ଘର ମଜା ନିଏ
ଆଧୁନିକ ତାର ମରିଚିକା ପଛେ
ଧଇଁ ସଇଁ ହୋଇ ଧାଏଁ ।
ରଙ୍ଗ ରୂପ ସବୁ ବଦଳି ଗଲାଣି
ହଳା ହଳ ବିଷ ପିଏ
ତଥାପି ବହୁତ ସୁନ୍ଦର ମୋ ଗାଆଁ
ତା ସରି କେହି ନୁହେଁ ।
