STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
162


ଶୁକ୍ଳ ପକ୍ଷ ତିଥି    ମାଘର ପଞ୍ଚମୀ

     ଦିବସେ ବସନ୍ତ ପଞ୍ଚମୀ

ଦେବୀ ସରସ୍ଵତୀ  ଶ୍ବେତ ବସ୍ତ୍ରା ବୃତା

   ବୀଣା ଓ ପୁସ୍ତକ ଧାରିଣୀ

          ପ୍ରବେଶି

    ସ୍ଵୟଂ ଦିବ୍ୟ ଆଭା ପ୍ରକଟି

  ବୀଣାର ଝଙ୍କୃତେ ସୂଚାଇ ଦିଅନ୍ତି

     ଜ୍ଞାନ ବୁଦ୍ଧି ଏକା ସାରଟି।

ଯାହାଙ୍କ କରୁଣା   ବଳେ ଉପ ଇନ୍ଦ୍ର

    କବି ସମ୍ରାଟ୍ ସେ ବୋଲାଇ

ଅନ୍ଧ ଭୀମଭୋଇ  ପାଣ୍ଡିତ୍ୟ ପଣରେ

     କେତେ କୀର୍ତ୍ତି ସ୍ତାପି ଦେଇ

              ଅମର

    ଯୁଗ ଯୁଗ ଧରି ପ୍ରଚାର

 କେତେ କାବ୍ୟ କଳା  ଲେଖନୀରୁ ଝରି

    ତାଙ୍କ କୀର୍ତ୍ତି ଗାଏ ସଂସାର।

ପବିତ୍ର ମନରେ  ବିଦ୍ୟାର୍ଥୀ ସକଳେ

      ପ୍ରତି ବର୍ଷ ଏଇ ଦିନେ

ଦେବୀ ବୀଣାପାଣି  ପୂଜାର୍ଚ୍ଚନା କରି

      ଜ୍ଞାନ ମନାସନ୍ତି ମନେ

          ହେ ମାତ!

   ତୁମ ଦୟା ହେଉ ପ୍ରକାଶ

        

ଅମା ଅନ୍ଧକାର  ହଟୁଏ ସମାକୁ

   ସରବେ ହୁଅନ୍ତୁ ସନ୍ତୋଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics