STORYMIRROR

Jyotirmoyee Mohanty

Classics

3  

Jyotirmoyee Mohanty

Classics

ଫେରିଛି ଫଗୁଣ

ଫେରିଛି ଫଗୁଣ

1 min
246

ହେଇ ଦେଖ,

ଫେରିଛି ପୁଣି ଫଗୁଣ

ପତ୍ରରେ ପତ୍ରରେ,

କୋଇଲି କୁହୁକରେ

ଶୀତଳ ସମୀରରେ

ଦୋଳ ଗୋବିନ୍ଦଙ୍କ ଦୋଳିରେ l


ଚାରିଆଡେ ମହକୁଛି ପୃଥିବୀ

ଶୁଭ୍ର ଜହ୍ନରାତିରୁ ଝରୁଛି ମୋତି

କୁଢେଇ ହେଇ ପଡୁଛି ଇଚ୍ଛା ସବୁ

ଶୂନ୍ୟ ହୃଦୟରେ

କାରଣ ତୁମ ପାଇଁ କରିଥିବା ପ୍ରତୀକ୍ଷ୍ୟାର

ଅନ୍ତ ହେଇ ଆସୁଛି ବୋଲି l


ହେଇ ଦେଖ, 

ଠକିବନି ମୋତେ ଶ୍ରୀକୃଷ୍ଣଙ୍କ ଭଳି

ଝରିଯିବି ଶେଫାଳି ପରି

ଭାସିଯିବି କୁଟା ଖିଅଟିଏ ପରି 

ଅଜଣା ରାଇଜେ,


ତୁମେ ଆସ ଏ ନିଶବ୍ଧ ରାତିର ରୁଦ୍ଧ ଦୁଆର ଫିଟାଇ

ତୁମେ ଆସ ଫଗୁଣର ରଙ୍ଗ ଅବିର ନେଇ

ତୁମେ ଆସ ଜୋଛନାର ଶୀତଳତ ଚାଦର ନେଇ

ତୁମେ ଆସ ମୋ ଆୟୁତ ଜନ୍ମର ପ୍ରତୀକ୍ଷା ଦୁରେଇ l


ହେଇଦେଖ, ମନେରଖ,

ଏତେବଡ଼ ହୃଦୟ ମୋ ନାହିଁ ଶ୍ରୀ ରାଧାଙ୍କ ପରି ।


Rate this content
Log in

Similar oriya poem from Classics