Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ସବୁ ଥିବ ମୁଁ ନଥିବି

ସବୁ ଥିବ ମୁଁ ନଥିବି

1 min
116


ଆକାଶରେ କଙ୍କି ବ୍ୟୋମଯାନର ଭ୍ରମ ସୃଷ୍ଟି କରୁଥିବ

ନଦୀ ଥିବ, ପାଣି ଉଛୁଳି କିଛି ଈଶାରା ଦେଉଥିବ

ପବନ ଆସି ସମସ୍ତଙ୍କ ଜୀବନ ନଟିକା ପରଖୁ ଥିବ

ସବୁ ଥିବ ମୁଁ ନଥିବି।


ମାଛ ମନେ ଆଖି ଠାରି ଚୁପଚାପ ଗପୁଥିବେ

ପୁନେଇ ଜହ୍ନଙ୍କୁ ନେଇ ଆକାଶରେ ଆସୁଥିବ

ଲହଡି ସମୁଦ୍ରକୁ ଏମିତି ମତୁଆଲା କରୁଥିବ

ସବୁ ଥିବ ମୁଁ ନଥିବି।


ରୁଷିଆ ୟୁକ୍ରେନ ମଧ୍ୟରେ ଶାନ୍ତିର ପାରା ଉଡୁଥିବ

ମେରୁର ଗ୍ଲାସିଅର ଧଳା କୋଠାର ଭ୍ରମ ସୃଷ୍ଟି କରୁଥିବ

ବିଶ୍ୱରେ ମାନବିକତା ପୁଣି ଫେରିବ

ସବୁ ଥିବ, ମୁଁ ନଥିବି।


ସୂର୍ଯ୍ୟ ଭେଦ ଭାବ ରହିତ ରଶ୍ମି ବାଣ୍ଟି ଚାଲିଥିବେ

ଗର୍ଜନଶୀଳ ଚାଲିଶାର ଗର୍ଜନ ଅଷ୍ଟ୍ରେଲିଆରେ ପ୍ରତିଧ୍ବନିତ ହଉଥିବ

ବୈଜ୍ଞାନିକମାନେ ବ୍ରହ୍ମାଣ୍ଡ ରହସ୍ୟ ପାଇଁ ଚେଷ୍ଟା କରୁଥିବେ

ସବୁ ଥିବ, ମୁଁ ନଥିବି।


ସରସ୍ୱତୀ ଗଙ୍ଗା ନଦୀର ତଳେ ବହି ଚାଲିଥିବ

ଦିଗବଳୟ ଚୂଡ଼ାରୁ ହସର ପାଖୁଡା ଝରୁଥିବ

ସନ୍ଧ୍ୟା ବେଳର ଦୁଇଟା ତାରା ଦେଖି, ମନ ଭାବୁଥିବ

ସବୁ ଥିବ ମୁଁ ନଥିବି।


ବର୍ଷା ପରେ ଶୀତ ତାପରେ ବସନ୍ତ ପୁଣି ଲେଉଥିବ

ପ୍ରକୃତି ଫୁଲେଇ ସଜେଇ ହୋଇ ସେମିତି ହସୁଥିବ

ଅର୍କିଡ ଫୁଲ ତୁମ ହାତରେ ସେମିତି ଶୋଭା ପାଉଥିବ

ସବୁ ଥିବ, ମୁଁ ନଥିବି।


ବୃଦ୍ଧାଶ୍ରମର ଅନ୍ତେବାସୀ ମାନେ ହସୁଥିବେ

ଠାକୁରାଣୀ ମନ୍ଦିର ଯିବା ସ୍ବପ୍ନ ହୋଇ ଯାଇଥିବ

ଚତୁର୍ଦିଗ ରେ ଖୁସି ଶ୍ରଦ୍ଧା ଆଉ ଶୁଭମୟ ସ୍ୱର ଶୁଭୁଥିବ

ସବୁ ଥିବ, ମୁଁ ନଥିବି


ତୁମେ ଥିବ, ସମସ୍ତେଥିବେ ଯଥା ସ୍ଥାନରେ ଥିବେ

ଦୁଃଖ ପରେ ସୁଖ ଏମିତି ଆସୁଥିବ

ଆଜିର ଦରଜ କାଲି ଖୁସିର ଲୁହ ହୋଇ ଝରୁ ଥିବ

ସବୁ ଥିବ, ମୁଁ ନଥିବି।


ଦୟା, କ୍ଷମା, ସମ୍ବେଦନଶୀଳ ହୃଦୟ କଠୋର ହୋଇଯିବ

ମାନ, ଅଭିମାନ ଅଂହକାର ଜଳି ପାଉଁଶ ହୋଇଯିବ

ସ୍ନେହ, ଆଦର, ପ୍ରେମରେ ପୃଥିବୀ ହସୁଥିବ

ସବୁ ଥିବ, ମୁଁ ନଥିବି


ହୃଦୟ ନୋଡ଼ ଏମିତି ଚାଲିଥିବ, ତୁମକୁ ମନେ ପକେଇ

ଧମନୀର ରକ୍ତ କାମ ସାରି ଶିରା ଦେଇ ଫେରୁଥିବ

ବିପାକୀୟ ପ୍ରକ୍ରିୟା ସବୁ ସେମିତି ଚାଲିଥିବ।

ସବୁ ଥିବ, ମୁଁ ନଥିବି



Rate this content
Log in

Similar oriya poem from Abstract