Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ସେତୁ

ସେତୁ

1 min
140



ସମ୍ପର୍କର ସେତୁ ମଜବୁତ୍ ଥିଲେ

    ଭାଙ୍ଗି ପାରନ୍ତି ନି କେହି

ଯେତେ ଷଡଯନ୍ତ୍ର ଚକ୍ରାନ୍ତ କରନ୍ତୁ 

     ହାରି ଯାଇଥାନ୍ତି ସେହି ।


ସେହି ଅପମାନ ସହି ସେ ନ ପାରି

     ଚଲାନ୍ତି ଛଳନା ଜାଲ

ସେ ଛଳନା ଜାଲ ପଡଇ ମହଙ୍ଗା 

    କାମ ଦିଏନି ସେ ଚାଲ୍ ।


ବିଶ୍ବାସର ସେତୁ ମଜବୁତ୍ ଥିଲେ

     ଅବିଶ୍ବାସ ପ୍ରଶ୍ନ କାହିଁ 

ହୃଦୟ ସେଇଠି ହୃଦୟରୁ ଚିହ୍ନେ 

     ସନ୍ଦେହ ତ ଛୁଏଁ ନାହିଁ ।


ସ୍ନେହର ସେତୁଟା ମଜବୁତ୍ ଥିଲେ

     ଲୋଭ କରେ ନାହିଁ ଗ୍ରାସ

କପଟ ଭାବନା ମନରେ ନ ଥିଲେ

    ସମ୍ପର୍କ ହୁଏନା ଶେଷ ।


ମନୋବଳ ସେତୁ ଦୃଢ ରହି ଥିଲେ

    ଲକ୍ଷ୍ୟ ବିଚ୍ୟୁତି ହୁଏନା

ଲୋଭ ଲାଳସାର ପଡେ ନାହିଁ କେବେ

   ବିକ୍ରି ହେଇ ସେ ପାରେନା ।


ଆତ୍ମ ବିଶ୍ୱାସର ସେତୁର ଦୃଢତା

   ଜୀବନେ ଆଣେ ଉନ୍ନତି 

ଯେତେ ବାଧା ପ୍ରତିବନ୍ଧକ ଆସୁ ସେ

    ହେଇଥାଏ ଅଗ୍ରଗତି ।


ପାରିବା ପଣର ସେତୁ ମଜବୁତ୍ 

    ହାରିବା ଶିଖାଏ ନାହିଁ 

ଏକତାର ସେତୁ ହେଲେ ମଜବୁତ୍ 

    ତିଷ୍ଠି ରହେ ଏଇ ମହୀ ।



Rate this content
Log in

Similar oriya poem from Abstract