Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ପ୍ରେମ ନିର୍ମାଲ୍ୟ

ପ୍ରେମ ନିର୍ମାଲ୍ୟ

1 min
5



ମନ ମନ୍ଦିରରେ ସାଇତି ରଖିଛି

  ଭଲ ପାଉଅଛି ତୋତେରେ

ଯୁଆଡେ ମୁଁ ଗଲେ ସିଆଡେ ଖାଲିରେ

   ଦେଖା ତୁ ଯାଉଛୁ ମୋତେରେ ।


ଆଖି ପଲକରେ ରହି ଅଛୁ ତୁହି

   ହୃଦୟେ କରିଛୁ ଘରରେ

ଯେତେ ଦୂରେ ଗଲେ ସାଥିରେ ରହିଛୁ

   ପାଉଛି ତୋ ଅନୁଭବରେ ।


ଭୋକ ଶୋଷ ସବୁ ଭୁଲିରେ ଯାଇଛି

   ପାଉଛି ମୁଁ ତୋତେ ଭଲରେ

ଦିବା ନିଶି ବସି ଭାବୁଛି ତୋ କଥା

   ପଡି ଅଛି ତୋର ପ୍ରେମରେ ।


କେବେ ତ ହସୁଛି କେବେ ବି କାନ୍ଦୁଛି

   ପ୍ରେମ ପାଗେଳିଟେ ଆଜିରେ

ତୋ ପାଇଁରେ ଜଗା ନିଜକୁ ଭୁଲିଛି

   ତୋ ପ୍ରେମରେ ଅଛି ହଜିରେ ।


ଜୀବନ ରାସ୍ତାରେ ତୁ ମୋର ସାଥିରେ 

   ତୋ ପାଇଁ ବଞ୍ଚିଛି ମୁହିଁରେ

ତୁ ମୋତେ ଭଲ ପାଆ କି ନ ପାଆ

   ଜାଣିବାର କିଛି ନାହିଁରେ ।


ତୋ ଚକା ଆଖିରେ ଆଖି ମିଶି ଗଲେ

    ନିଜକୁ ମୁଁ ଭୁଲି ଯାଏରେ

ପଲକ ପଡେନି ଆଖିରେ ମୋହରେ

   ତୋତେ ମୁଁ ଚାହିଁ ଥାଏରେ ।


ତୁ ସାଥେ ଥିଲେ କିଛି ଲୋଡା ନାହିଁ 

   ମୋ ଜୀବ ଜୀବନ ତୁହିରେ

ତୋ ପ୍ରେମ ନିର୍ମାଲ୍ୟ ପାଇଲେ କାଳିଆ 

   ମୁକ୍ତି ପାଇଯିବି ମୁହିଁରେ ।



Rate this content
Log in

Similar oriya poem from Abstract