Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ପାହିବ ରାତି ହସିବ ଜାତି

ପାହିବ ରାତି ହସିବ ଜାତି

1 min
4


ପାହିବ ରାତି ହସିବ ଜାତି

ଦୁର୍ନୀତି ମୁକ୍ତ ହେଲେ

ଛୁଆଁ ଅଛୁଆଁ ଦୂରେଇ ଗଲେ

ଜାତି ହସଇ ଭଲେ ।


ଜାତି କହିଲେ ଦୁଇଟି ଜାତି

ନାରୀ ପୁରୁଷ ଏଇ

ସବୁରି ଦେହେ ଗୋଟିଏ ରକ୍ତ 

ଦେଖ ରହିଛି ଭାଇ ।


ଯୌତୁକ ପ୍ରଥା ଲୋପ ପାଇଲେ

ନାରୀଟି ହସି ଥାଇ

କନ୍ୟା ଭୃଣର ହତ୍ୟାଟି ଆଉ

ହୋଇବ କାହିଁ ପାଇଁ ?


କ୍ଷତ୍ରିୟ ହେଇ ଅସ୍ତ୍ର ଛାଡିଲେ

ସୁରକ୍ଷା ଲୋପ ହେଇ

ବ୍ରାହ୍ମଣ ହେଇ ଯଜ୍ଞ ନ କଲେ

ଅନର୍ଥ ଘଟି ଥାଇ ।


ବୈଶ୍ୟ ହେଇ କି ବାଣିଜ୍ୟ ନାହିଁ 

ଚାଷ କରେନି ସେଇ

କେମିତି ଦେଶ ଉନ୍ନତି ହେବ

କୁହ ତ ନିଜେ ଏଇ ।


ଶୁଦ୍ର ହେଇକି ସେବା ନ କଲେ 

ବିଡମ୍ବନା ଯେ ହେଇ

ରହିବ ଦେଶ ନା ବଞ୍ଚିବା ଆମେ

ଦୁଃଖ ପାଇବା ଭାଇ ।


ପରସ୍ପରର ସହଯୋଗରେ

ଦେଶ ଉନ୍ନତି ହେଇ

ଏକ ମାଆର ସନ୍ତାନ ଆମେ

ଆମେରେ ଭାଇ ଭାଇ ।


ଅସତ୍ୟ ମିଥ୍ୟା ଅହଂକାରକୁ 

କରିଣ ଦେବା ଇତି

ସୁସ୍ଥ ସମାଜ ପ୍ରତିଷ୍ଠା ହେବ

ହସ ଖେଳିବ ମତି ।


ହଟେଇ ଦେବା ଦୁର୍ନୀତି ଯେତେ

ପୁହାଇ ଦେବା ରାତି

ନୂଆ ସକାଳ ଆଣିବା ଦେଶେ

ହସିବ ଆମ ଜାତି ।।


Rate this content
Log in

Similar oriya poem from Abstract