STORYMIRROR

Kabiratna Nutan Kumar Behera

Abstract Others

4  

Kabiratna Nutan Kumar Behera

Abstract Others

ରଜ ପାନ

ରଜ ପାନ

1 min
229


ଓଡି଼ଆ ଐତିହ୍ୟ   ପରମ୍ପରା ସାଥେ

        ରହିଛି ସୂକ୍ଷ୍ମ ଦର୍ଶନ,

ଭାବ ବିନିମୟେ   ପୁନେଇଁ ପର୍ବରେ   

       କରୁ ତାହା ସମ୍ପାଦନ।

ଗଣପର୍ବ ରଜ     ମଉଜରେ ମନ

       ହୋଇଥାଏ ଭାବମୟ,

ଆତ୍ମୀୟ ସ୍ବଜନେ   ସେ ଭାବ ବିତରି

       ହୃଦୟକୁ କରୁ ଜୟ।

ରଜ ପାନ ଏକ    ସ୍ବତନ୍ତ୍ର ନିଆରା

      ସୁସମ୍ପର୍କ କରେ ରକ୍ଷା ,

ସେନେହ ଶରଧା   କି ଭଲ ପାଇବା

     ଜଣାପଡେ ହେଲେ ଦେଖା।

ପ୍ରତୀକ ରୂପରେ    ରଜ ପାନଟିଏ

       ମହକଭରା ସୁମିଷ୍ଟ ,

ଅତିଥିଙ୍କୁ ଅର୍ପି    କରୁ ଆପ୍ୟାହିତ

      ରଜ ପାଇଁ ଏ ଉଦ୍ଦିଷ୍ଟ।

ସାଧରଣ ପାନ    ଠାରୁ ଏ ପୃଥକ

      ଭିନ୍ନ ଦ୍ରବ୍ୟରେ ତିଆରି,

ମହ ମହ ବାସେ    ମନ ଟାଣି ନିଏ

      ଡାକୁଥାଏ ହାତ ଠାରି।

ଗୁଆ ଗୁଜୁରାତି    ଅଳେଇଚ ଆଦି

       ଚୂନ ଖଇର ଲବଙ୍ଗ

ବାର ପ୍ରକାରର    ମସଲାରେ ଯୁକ୍ତ

      ସବୁ ଏ ପାନର ସାଙ୍ଗ।

ଝିଅଟିଏ ଘରେ    ବାଣ୍ଟେ ରଜ ପାନ

      ଆତ୍ମୀୟ ବନ୍ଧୁମାନଙ୍କୁ,

ଭାଇ ଚାରା ମିଶା    ଘନିଷ୍ଠ ସମ୍ପର୍କ

      ଜଣାଇ ଦିଏ ସମସ୍ତଙ୍କୁ।

ରଜ ପରେ ପରେ   ବରଷା ବରଷେ

      ଗରମ ହୁଏ ଶୀତଳ,

ଋତୁ ବଦଳିଲେ     ବଦହଜମିରେ

       ପେଟ ହୁଅଇ ଦୁର୍ବଳ।

ପାଚନ କ୍ରିୟାକୁ    କରେ ତ୍ଵରାନିତ୍ଵ

      ପାନର ଏ ବିଶେଷତ୍ଵ,

ରଜ ମଉଜରେ    ଖାଇ ରଜ ପାନ

      ରଖି ଥାଉ ତା' ମହତ୍ଵ।

ସବୁରି ମେଳରେ    ପାଳି ରଜ ପର୍ବ

      ହେଉ ସର୍ବେ ଆନନ୍ଦିତ,

ରଜ ପାନ ଶୁଭ    ଦିଏ ସୁସନ୍ଦେଶ

       ସ୍ମୃତିକୁ କରେ ଜାଗ୍ରତ।


Rate this content
Log in

Similar oriya poem from Abstract