Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ବିଶ୍ବ ସଂସ୍କୃତିରେ ପାଲା

ବିଶ୍ବ ସଂସ୍କୃତିରେ ପାଲା

1 min
6



       

ଓଡିଆ ସଂସ୍କୃତି ପୁରାଣର ପୋଥି

   ଜ୍ଞାନର ଭଣ୍ଡାରଟିଏ

ତାହାରି ପାଖରେ ବିଶ୍ବ ବ୍ରହ୍ମାଣ୍ଡର

    ଠିକଣାଟି ରହିଥାଏ ।


ପାଲାର ଭିତରେ ଅଗାଧ୍ୟ ପାଣ୍ତିତ୍ୟ

   ଦେଖେ ଯିଏ ଜାଣି ଥାଏ

ତର୍କ ବିତର୍କ ବି ଲାଗି ଥାଏ ସେଠି

    ସତ୍ୟତା ତତ୍ତ୍ଵ ଦର୍ଶାଏ ।


ବାଦି ପାଲା ହୁଏ ଯୋଉଠି ସେଇଠି

    ଜ୍ଞାନ ବେଶୀ ବଢି ଥାଏ

ଦୁଇ ଗାୟକଙ୍କ ପ୍ରଶ୍ନୋତ୍ତର ଭାବ

   ଦ୍ବନ୍ଦକୁ ଦୂରେଇ ଦିଏ ।


ଅନେକ ଅଜଣା କଥା ଜାଣି ହୁଏ

    ଜ୍ଞାନ କେତେ ମିଳି ଥାଏ

ପାଲା ଦେହେ ଭରା କେତେ ଗୁଢ ଜ୍ଞାନ

    ଅମାପ ସାଗର ସିଏ ।


ରେଡିଓ ଓ ଟିଭି କିମ୍ବା ଗ୍ରାମାଞ୍ଚଳେ

   ପାଲାର ମହତ୍ତ୍ଵ ଥାଏ

କିଏ ବସି ଦେଖେ କିଏ ଅବା ଶୁଣେ

    ପ୍ରଶ୍ନ ବି ପଚାରି ନିଏ ।


ସଂସ୍କାର ସଂସ୍କୃତି ପରମ୍ପରା ନୀତି

    ନିୟମ ବଖାଣେ ସିଏ

ପାଲାର ଭିତରୁ ଅନେକ ଅଜଣା 

   ତଥ୍ୟ ପୁଣି ଜାଣି ହୁଏ ।


ଅଜ୍ଞାନ ତିମିର ନାଶ କରେ ସିଏ

    ଜ୍ଞାନର ଭଣ୍ଡାର ଦିଏ

ସବୁରି ହୃଦୟେ ଜ୍ଞାନର ଆଲୋକ 

   କ୍ଷିଣକରେ ଭରେ ସିଏ । 


ଫିଲ୍ମି, ନାଚ ,ଧାରାବାହିକକୁ ଦେଖେ

   ପାଲାକୁ ପଚାରେ କିଏ 

ହେଲେ ପାଲା ବିନା ଅଧୁରାଟି ଜ୍ଞାନ

   ଏକଥା ଭୁଲୁଛି ସିଏ ।


ବିଶ୍ବ ଦରବାରେ ବିଶ୍ବ ସଂସ୍କୃତିରେ

   ପାଲାଟି ଚର୍ଚ୍ଚାରେ ଥାଏ

ଅଗାଧ ଅମାପ ଜ୍ଞାନର ଭଣ୍ଡାର 

    ତା ତୁଳନା ହେବ କିଏ ? 



Rate this content
Log in

Similar oriya poem from Abstract