Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ସମ୍ପର୍କ ନଈରେ ଶରଧା ଡଙ୍ଗା

ସମ୍ପର୍କ ନଈରେ ଶରଧା ଡଙ୍ଗା

1 min
4



ସମ୍ପର୍କ ନଈରେ ଶରଧା ଡଙ୍ଗାଟି 

  ସେନେହ ମମତେ ଥାଏ

ବିଶ୍ବାସ ଭରସେ ଆଗକୁ ଆଗକୁ 

   ପଥ ବାହି ନିଏ ସିଏ ।


ସମ୍ପର୍କଟି ଅଟେ ନଈ ପାଣି ସୁଅ

   ଭଉଁରୀ ସେଇଠି ଥାଏ

ବୁଡି ଯିବାର ତ ସମ୍ଭାବନା ବେଶୀ

   ଅସତର୍କ ରହେ ଯିଏ ।


ଭୁଲ୍ ବୁଝାବଣା ଭଉଁରୀର ଖେଳ

   କାଳ ଭୟଙ୍କର ହୁଏ

ସମ୍ପର୍କ ନଈରେ ଶରଧା ଡଙ୍ଗାଟି 

ଅବିରାତ ଚାଲି ଥାଏ ।


ଯୋଉଠି ସନ୍ଦେହ ଆସିଯାଏ ତାର

   ସେଇଠି ଅଟକି ଥାଏ

ସେନେହ ସମ୍ପର୍କେ ଧିରେ ଧିରେ ଫାଟ 

   ସେଇଠୁ ଯେ ଦେଖା ଦିଏ ।


ମାନ ଅଭିମାନ ଛାଡି ବୁଝାମଣା

   ଯଦି ସେଠି ହେଇଯାଏ

ସମ୍ପର୍କେ ଶରଧା ଜଙ୍ଗାଟି ତାହାର

   ନା ଅଧେ ଅଟକି ଥାଏ ।


ସମ୍ପର୍କଟି ଅଟେ ନଈ ପାଣି ସୁଅ

   ବିଶ୍ବାସ ଭରସା ସିଏ

ସେ ଡଙ୍ଗାକୁ ହତଆଦର କରିଲେ

   ନା ସେ ଆପଣାର ହୁଏ ।


ସମ୍ପର୍କ ନଈର ଶରଧା ଡଙ୍ଗାଟି

    ବିଶ୍ବାସରେ ବନ୍ଧା ଥାଏ

ଅବିଶ୍ବାସ ଯେବେ ଛୁଇଁ ଯାଏ ତାକୁ

   ସେଇଠି ଓହରେ ସିଏ । 


ସମ୍ପର୍କ ନଈର ଶରଧା ଡଙ୍ଗାଟି

   ସତ୍ୟ ଧର୍ମ ନ୍ୟାୟେ ଥାଏ

ଅସତ୍ୟ ଅଧର୍ମ ଅନ୍ୟାୟ ହୋଇଲେ

    ଦିଗ ତା ବଦଳି ଯାଏ ।


ଭଲ ପାଇବାର ସେନେହ ଡୋରରେ

    ସମ୍ପର୍କଟି ରହି ଥାଏ

ବିଶ୍ବାସ ଭରସା ଶରଧା ଡଙ୍ଗାଟି 

   ଲକ୍ଷ୍ୟ ସ୍ଥାନେ ନେଇଯାଏ ।


ସମ୍ପର୍କ ନଈରେ ଶରଧା ଡଙ୍ଗାଟି 

   ଅବିରତ ରହିଥାଏ

ସେନେହ ମମତା ଭଲ ପାଇବାରେ

    ସମ୍ପର୍କ ନିଭାଏ ସିଏ ।।



Rate this content
Log in

Similar oriya poem from Abstract