Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ନେତାଙ୍କର ନେତା ନେତାଜୀ

ନେତାଙ୍କର ନେତା ନେତାଜୀ

1 min
4



ନେତାଙ୍କର ନେତା ନେତାଜୀ ଥିଲେଟି

    ଥିଲେ ଦେଶ ଭବିଷ୍ୟତ 

ଡରି ସେ ନ ଥିଲେ ରଂରେଜ ଶାସନ

   କରିଥିଲେ କବଳିତ ।


ଜୀବନକୁ ବାଜି ଚଢେଇ କର୍ତ୍ତବ୍ୟେ

   ଥିଲେ ସେ ସଂଗ୍ରାମରତ

କେଲେଜ ସ୍ତରରେ କେତେ ସେ ନିର୍ଭୀକ

   ବ୍ରିଟିଶ ଦେଖି ଚକିତ ।


ଥରିଲା ଇଂରେଜ ସୁଭାଷ ବୋଷଙ୍କୁ

   ହେଇଗଲା ଭୟଭୀତ

ୟାକୁ ନ ମାରିଲେ ଅଧୀନ ହେବନି

   କେବେବି ଏଇ ଭାରତ ।


କେମିତି ମାରିବେ ଧରି ପାରିଲେନି

   ହେଇଗଲେ ସ୍ତମ୍ଭୀଭୂତ

ଚାଲାକି କୌଶଳେ ଖସି ପଳାଇଲେ

   ଇଂରେଜ ହେଲେ ଚିନ୍ତିତ ।


ଜର୍ମାନୀ ଦେଶରେ ହୋଇଲେ ପ୍ରବେଶ

    ସାହାଯ୍ୟ କଲେ ତ୍ବରିତ

ଆଜାଦ୍ ହିନ୍ଦ ଫୌଜ ଗଠନ କରିଲେ

   ଫେରିଲେ ସିଏ ଭାରତ ।


ରକ୍ତ ଦିଅ ମୋତେ ଦେବି ମୁଁ ସ୍ବାଧୀନ

    ହୁଅ ନାହିଁ ଭୟଭୀତ

ଦିଲ୍ଲୀ ଚଲୋ ଏବେ ଡାକରା ସେ ଦେଲେ

   ରଖିବା ମାତା ମହତ ।


ହଟାଇ ଦେବା ଏ ବ୍ରିଟିଶ୍ ଶାସନ

   ମିଳାଅ ମୋ ହାତେ ହାତ

ଛନକା ପଶିଲା ଇଂରେଜ ଛାତିରେ

   ରହିଲେ ହେଇ ବିସ୍ମିତ ।


ମନରେ ଭୟଟି ପଶି ଗଲା ତାଙ୍କ

   ହେଲେ ସିଏ ଆତଙ୍କିତ

କହିଲେ ନେତାଜୀ ହଟିବ ଇଂରେଜ

    ହେବ ନିଶ୍ଚେ ପରାଜିତ ।


ସେଇ ଆଶା ତାଙ୍କ ଆଶାରେ ରହିଲା

   ନା ସଂଗ୍ରାମେ ଉପସ୍ତିତ

ନିଆଁ ଲଗିବାରୁ ଉଡା ଜାହଜଟି

   ହେଇଗଲା ଭସ୍ମୀଭୂତ ।


ତା ଭିତରେ ଥିଲେ ନେତାଜୀ ଆମର

    ହେଇଛି ଆଜି ଅତୀତ

ଚିର ଆମର ସେ ହେଇ ରହିଛନ୍ତି 

   ଏବେ ଆମ ହୃଦଗତ ।


ଜାନୁଆରୀ ତେଇଶି ଜନ୍ମ ଦିନ ତାର 

   ପାଳନ କରେ ଭାରତ 

ତାଙ୍କ ଯଶ କୀର୍ତ୍ତି ଝୁରୁଛି ଭାରତ

   ପାଦେ କୋଟି ପ୍ରଣିପାତ ।।



Rate this content
Log in

Similar oriya poem from Abstract