Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ଘଟଣା

ଘଟଣା

1 min
279



ଜୀବନରେ ଆସେ ଅନେକ ଘଟଣା

    ଆଖିରେ ସେ ରହି ଥାଏ

ଯେତେ ଦୂରେ ଯିଏ ଚାଲି ଯାଉ ପଛେ 

    ହୃଦୟରେ ଥାଏ ସିଏ ।

ନା ଭୁଲି ହୁଏ ସେ ଅତୀତ କାହାଣୀ

   ଅତୀତର ସେ ଘଟଣା

ଚଲା ପଥେ କେବେ କଣ୍ଟା ଫୁଲ ଝରେ

   ହୁଏ କେବେ ବାଟ ବଣା ।

ସେ ବାଟ ବଣାରେ ଘଟି ଯାଇଥାଏ

   ଏମିତି ଅନେକ ସ୍ମୃତି 

କେତେକ ଘଟଣା ଆପେ ଭୁଲି ହୁଏ

   କେତେ ଯେ ହୁଏନା ଇତି ।

ପ୍ରତ୍ୟେକ ଘଟଣା ମନ ହୃଦୟରେ 

    ଛାପି ହେଇ ରହି ଯାଏ

ସେଇ ତ ଘଟଣା ଚଲାପଥ ଧାରା

   ଆପେ ବଦଳାଇ ଦିଏ ।

ଗାଆଁ ଠୁ ସହର ପଲ୍ଲୀଠୁ ନଗର

    ଘଟଣାରେ ଭରପୂର

ପ୍ରତି ଘରେ ଘରେ ଅନେକ ଘଟଣା

   ଘଟି ଥାଏ ନିରନ୍ତର ।

ଜୀବନର ଚଲା ପଥ ଭାଗ୍ୟକାଶେ

   ଅନେକ ଘଟଣା ଘଟେ

କେବେ ସେ ଘଟଣା ସମ୍ପର୍କ ଗଢଇ

   କେବେ ତ ସମ୍ପର୍କ ତୁଟେ ।

ଏମିତି ଅନେକ ଘଟଣାଟି ଥାଏ

   ଯାଏ ସେ ଅଲିଭା ହେଇ

କେବେ ଭରି ଦିଏ ଜୀବନରେ ଖୁସି

   କେବେ ଲୁହେ ଦିଏ ଧୋଇ ।

ଜୀବନର ଗତି ମୋଡ ବଦଳାଏ

    ଜୀବନେ ବିତୃଷ୍ଣା ଭରେ 

ସେଇ ବିତୃଷ୍ଣାଟେ ଏତେ ଦୁଃଖ ଦିଏ

    ପାଦ ରହି ଥାଏ ଦୂରେ ।

ଅନେକ ଘଟଣା ଭଲ ସମ୍ପର୍କରେ

    ଫାଟ ସୃଷ୍ଟି କରି ଦିଏ

ସେଇ ଘଟଣାବି କେବେ ପୁଣି କାହା

     ଜୀବନ ପାଲଟି ଥାଏ ।



Rate this content
Log in

Similar oriya poem from Abstract