STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଭକ୍ତ ସାଲବେଗ

ଭକ୍ତ ସାଲବେଗ

1 min
264


ଚାଲି ନପାରିଲା ଭକତ ତୁମର

ସାତଶ ପଚାଶ କୋଶ ।

ବାଟମଙ୍ଗଳାଠୁ ଆତୁରେ ଡାକିଲା

ରଖାଇଲ ନନ୍ଦିଘୋଷ ।୧।

ଆସି ମେଘମାଳ ବରଷିଲେ ଜଳ

ଜଳାର୍ଣ୍ଣବ ଦଡଦାଣ୍ଡ ।

ଚାରିଦିନ ଯାଏଁ ନଗଡିଲା ରଥ

କଲ କେଡେ ବଡ କାଣ୍ଡ ।୨।

ରଥରେ ଦେଖିବେ ଚକାନୟନଙ୍କୁ

ମାନସିକ ଭକତର ।

କରିଲ ପୂରଣ ଭକତ ଜୀବନ

ଭକ୍ତ ଗଡିଲା ଦାଣ୍ଡର ।୩।

ଶୁଖିଗଲା ଜଳ ଲାଗିଲା ଗହଳ

ହେଲା ତୁମ ଘୋଷଯାତ ।

ଭକ୍ତ ସାଲବେଗ ନାମ ସେ ଦିନରୁ

ହୋଇଲା ଜଗତେ ଖ୍ୟାତ ।୪।

ତୁମରି କୃପାରୁ ଦିନେ ସେ ମୁକତ

ହୋଇଥିଲେ ବାଧିକାରୁ ।

ତୁମ ଶ୍ରୀପୟରେ ପଶିଲେ ଶରଣ

ବିଶ୍ବାସେ ମାତୃ କୃପାରୁ ।୫।

ମାତା ଯା ବ୍ରାହ୍ମଣୀ ଲଳିତା ଯା ପିତା

ଲାଲବେଗ ଯେ ଯବନ ।

ଭକ୍ତ ସାଲବେଗ ତୁମରି ଭକତ

ରଚିଲେ ତୁମ ଭଜନ ।୬।

ଅନେକ ଜଣାଣ ସୃଷ୍ଟି ସେ କରିଲେ

ମନ୍ଦିର ଥିଲା ବାରଣ ।

ସତେ ସେ ତୁମରି ପାଶେ ରହିଛନ୍ତି

ପାଇ ଦିବ୍ଯ ଦରଶନ ।୭।

ଧନ୍ୟ ଜଗନ୍ନାଥ ଧନ୍ୟ ସେ ଭକତ

ତୁମରି ନାମକୁ ଗାଇ ।

ଭକ୍ତ ସାଲବେଗ ହୋଇଲେ ଭକତ

ବଇଷ୍ଣବ ଦୀକ୍ଷା ନେଇ ।୮।

ଭକତଙ୍କ ସ୍ମୃତି ଚିର ବିଦ୍ୟମାନ

ତାଙ୍କ ସ୍ମୃତିପୀଠ ଠାରେ ।

ନନ୍ଦିଘୋଷ ରଥ ଏବେ ବି ଅଟକେ

ବଳଗଣ୍ଡି ନିିକଟରେ   ।୯।



Rate this content
Log in

Similar oriya poem from Abstract