Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ଯୁଗେ ଯୁଗେ ମହାପ୍ରଭୁ ତୁମେ ଭକତର

ଯୁଗେ ଯୁଗେ ମହାପ୍ରଭୁ ତୁମେ ଭକତର

1 min
368



ଯୁଗେ ଯୁଗେ ମହାପ୍ରଭୁ ତୁମେ ଭକତର ।

ତୁମେ ଦାସିଆର ପ୍ରଭୁ ତୁମେ ବନ୍ଧୁଆର ।୧।

ତୁମେ ମୃଗୁଣୀର ପ୍ରଭୁ ତୁମେ ବାରଣର ।

ତୁମେ ମହାପ୍ରଭୁ ସତ୍ଯେ ମତ୍ସ୍ଯ ଅବତାର ।୨।

ପ୍ରଳୟ ଜଳରୁ ବେଦ କରିଲ ଉଦ୍ଧାର ।

ଭକ୍ତ ସତ୍ଯବ୍ରତ ରାଜା ତୋଷିଲ ଅପାର ।୩।

କଚ୍ଛପ ରୂପ ଧରିଲ ଦେବଙ୍କ ହିତରେ ।

ସମୁଦ୍ର ମନ୍ଥନ ହେଲା ତୁମରି ପୃଷ୍ଠରେ ।୪।

ଅମୃତ ଦେଲ ଦେବଙ୍କୁ ବିଷ ପଞ୍ଚାନନ ।

ଯୁଗେ ଯୁଗେ ଭକତର ତୁମେ ଭଗବାନ ।୫।

ଶୂକର ରୂପେ ଦନ୍ତାଗ୍ରେ ଜଳରୁ ଧରଣୀ ।

ହିରଣ୍ୟାକ୍ଷ କବଳୁ ଆଣିଲ ଚକ୍ରପାଣି ।୪।

ଭକ୍ତ ପ୍ରହଲ୍ଲାଦ ପାଇଁ ସ୍ତମ୍ଭରୁ ବାହାର । 

ହୋଇ ମାରିଲ ହିରଣ୍ୟକଶିପୁ ଅସୁର ।୫।

ବାମନାବତାରେ ବଳି ଛଳିଲ ଆପଣ ।

ପଦୁଁ ଜାହ୍ନବୀ କରିଲେ ଧରଣୀ ପାବନ ।୬।

କ୍ଷତ୍ରିୟ ନିପାତ କଲ ଭୃଗୁରାମ ହୋଇ ।

ଜଗତ ପାପ ହରିଲ ରୁଧିର ବୁହାଇ ।୭।

ତ୍ରେତା ଯୁଗେ ବିନାଶିଲ ଲଙ୍କାର ରାବଣ। 

ରାଜା କରାଇଲ ତହିଁ ଭକ୍ତ ବିଭୀଷଣ ।୮।

ଦ୍ବାପରେ ହୋଇଲ ବଳରାମ ଅବତାର ।

କୃଷ୍ଣ ସଙ୍ଗେ ଲୀଳାରତ ଗୋପ ମଥୁରାର ।୯।

ଭକ୍ତ ହିତେ ଅବତରି ବଉଦ୍ଧ ରୂପରେ ।

ନିବାରିଲ ପଶୁହତ୍ୟା ଏ ଧରାଧାମରେ ।୧୦।

କଳିରେ କଳକୀ ରୂପ ଧରି ଜଗନ୍ନାଥ ।

କରୁଅଛ ମାନବୀୟ ଲୀଳା ଅପ୍ରମିତ ।୧୧।

ତୁମେ ଭକତର ପ୍ରିୟ ଭକତ ତୁମର ।

ହସ୍ତ ପ୍ରସାରି ନଡିଆ ନେଲ ଦାସିଆର ।୧୨।

ବନ୍ଧୁମହାନ୍ତିର ଦୁଃଖ ଦୂର ତୁମେ କଲ ।

ବଳରାମ ଦାସ ବାଲିରଥେ ବିଜେ ହେଲ ।୧୩।

ସାଲବେଗ ପାଇଁ ରଥ ଅଟକ ରଖିଲ ।

ଚାରିଦିନ ଘୋର ଜଳ ବରଷା କରିଲ ।୧୪।

କାଞ୍ଚି ଅଭିଯାନେ ଭକ୍ତ ଗଜପତିଙ୍କର ।

ସହାୟତା କଲ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ।୧୫।

କେ ବର୍ଣ୍ଣିବ ମହାପ୍ରଭୁ ମହିମା ତୁମର ।

ଭକ୍ତ ହିତେ ଯୁଗେ ଯୁଗେ ତୁମେ ଅବତର ।୧୬।

ତୁମ ଶ୍ରୀପୟରେ ସଦା ରହୁ ମୋର ମନ ।

କରୁଣା କରିବ ପ୍ରଭୁ ପଙ୍କଜଲୋଚନ ।୧୭।



Rate this content
Log in

Similar oriya poem from Abstract