STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ବାହୁଡା଼ ଯାତ୍ରାରେ ଆଈ

ବାହୁଡା଼ ଯାତ୍ରାରେ ଆଈ

1 min
18


ଆଈ କାନ୍ଦୁଥିଲେ ମୁହଁକୁ ଲୁଚାଇ

   ଦେଖିନାହିଁ ଶ୍ରୀମନ୍ଦିର

ମରିବା ସମୟ ହୋଇଲାଣି ତାର

  କେବେ ଲାଗିଲାନି ଡୋର।୧

ପରତି ବରଷ ଯିବିଯିବି କହେ

   ଯାଇ କିନ୍ତୁ ପାରେ ନାହିଁ

ଯିବାକୁ ମୋହର ବଳ ନାହିଁ ବୋଲି

   ନାତି କିନ୍ତୁ କହିଥାଇ।୨

ତଥାପି ନାତିଟି କଥା ଦେଇଥିଲା

   ବୁଲାଇ ନେବ ଏଥର

ରଥଯାତ ଦିନ ତାହାର ଶଳାଟି

   ପ୍ରତିଷ୍ଠା କରିଲା ଘର।୩

ଦୁଃଖର ସହିତ ମୋତେ କହିଗଲା

   ଆଈ ଲୋ' ମୁହିଁ ନାଚାରା

ପ୍ରତିଷ୍ଠା ଦିବସ ନ ଗଲେ ନ ଚଳେ

   ଆଖିରୁ ଲୁହ ନ ଝରା।୪

ବୁଝିଲି ନାତିର ଅବସ୍ଥା ସେ ଦିନ

   ପଠେଇଲି ହସିହସି

ଲୁହକୁ ଗଡେ଼ଇ ନାତି ଚାଲିଗଲା

    ହୁରୁଦୟେ ନାହିଁ ଖୁସି।୫

ଆସନ୍ତା କାଲିକୁ ବାହୁଡା଼ ଯାତରା

    କହିବିନି ଆଉ ମୁହିଁ

ଯା' ଭାଗ୍ଯରେ ନାହିଁ ଦେଖିବା ଜଗାକୁ

    ଆସିବ ସମୟ କାହିଁ?୬

ରାତି ନ ପାହୁଣୁ ନାତି ଟୋକା ଆସି

    କହିଲା ଆଈ ଲୋ' ଆଈ

ଯଥାଶୀଘ୍ର ତୁମେ ବାହାରି ପଡ଼ତ

   ବାହୁଡା଼ ଯାତରା ଯାଇ।୭

ନାତି ନେଇଗଲା ବୁଲେରୋ ବସାଇ

   ଦେଖେଇଲା ପୁରୀଯାତ

ଜଗା ବଳିଆ ଓ ସୁଭଦ୍ରାଙ୍କୁ ଦେଖି

    ମନୁ ଦୂର ହେଲା କ୍ଷତ।୮

ଶରଧା ବାଲିରେ ଗଡି଼ବା ସହିତ

   ନରେନ୍ଦ୍ର ପୋଖରୀ ଜଳ

ମହୋଦଧି ତୀରେ ଗାଧୋଇଲି ଯାଇ

   ହୁରୁଦୟେ ମହାବଳ।୯

ଧନ୍ଯ ହୋଇଗଲା ଜୀବନ ମୋହର

   ଏ ଯାତରା ହେଉ ଶେଷ

କୋଟି ପରମାୟୁ ଦିଅନ୍ତୁ ନାତିକୁ

   ମୁଖୁ ବାହାରୁ ତା' ହସ।୧୦ 

       


Rate this content
Log in

Similar oriya poem from Abstract