STORYMIRROR

Minakumari Tahala

Abstract

4  

Minakumari Tahala

Abstract

ଦୋଳି

ଦୋଳି

1 min
342


ଝୁଲି ଝୁଲି କରି ଖେଳନ୍ତି ଦୋଳି

ଆମ ଗାଁ କୁଆଁରୀ ଝିଅ

କୁଆଁରୀ ମନରେ ଅସରନ୍ତି ପ୍ରଶ୍ନ

କିଏ ବା ବୁଝିବ କୁହ।

ବାପ ଘରେ ଝିଅ ଗେଲ ବସର

କେତେ ନାଚ ଗୀତ କରି

ଖୁସି ରେ ଜୀବନ ବିତେଇ ଦିଅନ୍ତି

କିଏ ହେବ ତାଙ୍କ ସରି।

ଏହି ଘର ଗାଁ ଅତି ଆପଣାର

ଭାବଇ ସେ ପରା ନିଜର

ଥରେ ବସି ଗଲେ ବାହା ବେଦି ପରେ

ହୋଇଯାଏ ସାତ ପର।

ଅଲୋଡା ହୁଅଇ ଝିଅ ର ଜୀବନ

ଯାଏ ଯେବେ ଶାଶୁ ଘର

ପର ଝିଅ ବୋଲି ଶାଶୂ ଘର ଲୋକେ

କରୁଥାନ୍ତି ଅନାଦର।

ହୋଇ ପାରେ ନାହିଁ କାହାର ନିଜର

ହୁଏ ପୁଣି ହତାଦର

ଆଖି ର ଲୁହକୁ ସାଖି ରଖି ସିଏ

ପୋଛୁଥାଏ ବାରମ୍ବାର।

ନା ହୋଇ ପାରେ ସେ ବାପ ଘରର

ନା ପୁଣି ଶାଶୁ ଘରର

ମଝିରେ ଝିଅଙ୍କ ଜୀବନ ଝୁଲଇ

ହୋଇ ପୁଣି ଛାରଖାର।

ଆଗପଛ ହୋଇ ଝୁଲୁଥାଏ ଦୋଳି

ଝିଅ ଙ୍କ ଜୀବନ ପରି

ଆଗକୁ ବଢ଼ିଲେ ଭୟ ମାଡ଼ି ଆସେ

ପଛରେ ଜିବକି ଛିଡ଼ି।

ଏହି ପରି ତାଙ୍କ ଜୀବନ କାହାଣୀ

ଦୋଳି ପରି ଝୁଲୁୃ ଥାଏ

ସୁଖ ଓ ଦୁଃଖ ର ଦୁଇଟି ରଶି ରେ

ବାନ୍ଧି ହୋଇ ରହିଯାଏ।



Rate this content
Log in

Similar oriya poem from Abstract