STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭିଜା ଭିଜା ବର୍ଷା ଦିନ

ଭିଜା ଭିଜା ବର୍ଷା ଦିନ

1 min
341


ବର୍ଷା ଘନଘନ ଆଷାଢ଼ ମାସ

ଚାଷୀ ଭାଇଙ୍କର କେତେ ହରଷ

ଚିନ୍ତା ଚାଷ କାର୍ଯ୍ୟେ ଚାଷୀ ବିଶେଷ

କରି ଉପାର୍ଜନ ତୋଷିବ ଦେଶ

 ଆଷାଢ଼ ଏ ମାସ 

ବର୍ଷା ଭିଜା ଭିଜା ମନେ ହରଷ !!


ନୂଆ ଏ ଭାରତ ନୂତନ ଚାଷ

ଚାଷୀ ନ କରେ ଲଙ୍ଗଳ ଆଶ

ଟ୍ରାକ୍ଟର ଦ୍ବାରାହେ ଚାଷୀର ଚାଷ

ଅମୃତ ଏ କାଳ କୃଷକ ହର୍ଷ

ଉମଙ୍ଗ ହରଷ

ଭିଜା ଭିଜା ବର୍ଷା ଦିନ ବିଶେଷ !!


ନାହିଁ ଟି ବିଶ୍ରାମ ଟ୍ରାକ୍ଟର ଆଉ

ଲାଗିଛି କାର୍ଯ୍ୟରେ ଜମିରେ ସେହୁ

ଖୁସି ଟି କୃଷକ ମନରେ ବହୁ

ଜନ ଜନ ପେଟ ଭରିବ ସେହୁ

ଅନ୍ନଦାତା ଏହୁ

ସରକାର କରେ ସାହାଯ୍ୟ ବହୁ !!


ରଥଯାତ୍ରା ମଧ୍ୟେ ବର୍ଷେ ଅପାର

ନାହଁ ଟି ବିଶ୍ରାମ ଚାଷୀ ଭାଇର

ଚାଷ କାର୍ଯ୍ୟ ପାଇଁ ହୁଏ ତତ୍ପର

ଚାଷୀର ମହିମା ବିଶ୍ବେ ଆଦର

ହେ ଜଗା ଠାକୁର

ଉନ୍ନତ ସମ୍ପନ କର ଚାଷୀର !!


ଭିଜା ଭିଜା ବର୍ଷା ଆନନ୍ଦ ଦିଏ

ଗଛ ପତ୍ର ଲତା ପଲ୍ଲବୀ ଯାଏ

ପରିବେଶ ଅତି ସୁନ୍ଦର ହୁଏ

କୋଇଲିର ସ୍ବନ ଖୁସିକୁ ଦିଏ

ମୟୁର ନୃତ୍ୟ ଏ

ସ୍ମୃତି ଏ ଜୀବନ ରହିଣ ଯାଏ !!



Rate this content
Log in

Similar oriya poem from Abstract