ଯାତନା
ଯାତନା
ସମୟ ଯାତନା ଯାହା ସବୁ ସହିବାକୁ ହେବ
ତୋତେ ଜହର ମିଳିଲେ ବି ପିଇବାକୁ ହେବ,
ତୋ' ଜୀବନେ ଟୋପେ ହସ ନାହିଁ ଯଦି ନାହିଁ
ଲୁହ ନଈର ସୁଅକୁ ତୋତେ ପାରିବାକୁ ହେବ,
ଯଦି ପାଉଛୁ ଶାସ୍ତି, ଦଣ୍ଡ, ଯନ୍ତ୍ରଣା, କଷଣ ତୁହି
ତୁ ହିଁ ଦୋଷୀ ବୋଲି ନିଜକୁ ଭାବିବାକୁ ହେବ,
ତୋ' ଜୀବନ ତୋତେ ଯେବେ ମରଣ ଲାଗଇ
ସେ ମରଣର ହାତଧରି ତୋତେ ଜିଇଁବାକୁ ହେବ,
ନିଜ ପାଇଁ ଦାୟୀ ନିଜେ ତୋ' ଜୀବନଟା ଲୁହ
ତୁ ଭିତରୁ ମରିଲେ ବି ତୋତେ ବଞ୍ଚିବାକୁ ହେବ,
ଯାତନାର ଯେତେ ରଙ୍ଗ ସବୁ ତୁହି ପାଇବୁରେ
ଏଇତ ଆରମ୍ଭ ତୋ'କଷ୍ଟ ତୋତେ ସହିବାକୁ ହେବ।