STORYMIRROR

SURESH KUMAR MOHAPATRA

Abstract

4  

SURESH KUMAR MOHAPATRA

Abstract

ବସ୍ତାନୀ

ବସ୍ତାନୀ

1 min
272

କେଉଁ ଏକ ଅବ୍ୟକ୍ତ ମୁହୂର୍ତ୍ତର ଆବଶ୍ୟକତା

ଜନ୍ମ ଦିଏ ଏକ ରୂପରେଖ, ସ୍ଥୁଳ ପ୍ରବୃତ୍ତି,

ବସ୍ତିର ଦ୍ୱାର ଦେଶରେ ଗରିବ ତନୁର ଶିରୋମଣି

କେବେ କେବେ ନିଶାର୍ଦ୍ଧ ପାପ କର୍ମର ମୁକ ସାକ୍ଷୀ,

ଭିକାରୀର ଚାଖଣ୍ଡେ ସମ୍ପତି !

ବେସାହାରା ଅନ୍ତସତ୍ତ୍ଵା ମା'ର ବେଦନାକୁ 

ସେ ସହିଯାଏ ସଦା ଶାନ୍ତ ଓ ଉଦାର

କାରୁଣୀକ ଅବୟବେ।

କାହା ସ୍ୱାର୍ଥର ପୁଟୁଳି,

କାହା ଦୁଃଖ ଭରା ଦିବସର ଚିର ସାଥି,

କେବେ ରାଜ ରାସ୍ତାର 

ଧୂସୁରିଆ ଖରାରେ ନିଷ୍ପେସିତ,

ଆଉ କେବେ କାହା ରତ୍ନ ଭଣ୍ଡାରର ସୁସଜ୍ଜିତ ନବବଧୂ।


ଯାନ୍ତ୍ରିକ ଜାତନାକୁକୁ ପେଟରେ ଧରି

ହାନି ଲାଭର ପରବର୍ତ୍ତୀ ସମ୍ଭାବନା,

ସେ ନିସ୍ତେଜ ତଥାପି ସର୍ବଂ ସହା

ଯାଯାବର ଜୀବନର ଚିର ସଖା

ଜନ୍ମ ନୂତନ ସ୍ୱାର୍ଥପରତା ଆଭୂଷଣେ,

ସେ ପରିତ୍ୟକ୍ତ, ନିଜ ସ୍ୱାମୀତ୍ୱ ହରେଇ

କେଉଁ ଏକ ନିର୍ଜନ ଅଳିଆ ଗଦାରେ

ସେ ମୁଣିଟିଏ,

କାହା ପାଇଁ "ବସ୍ତାନୀ । "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract