STORYMIRROR

Padmalaya Mishra

Abstract Others

4  

Padmalaya Mishra

Abstract Others

ରଥାରୁଢ ଦାରୁବ୍ରହ୍ମ

ରଥାରୁଢ ଦାରୁବ୍ରହ୍ମ

1 min
221


ଭକତର ବନ୍ଧୁ ଆହେ ଜଗବନ୍ଧୁ

ଭାବ ଡୋରେ ବନ୍ଧା ହୋଇ

ବରଷକୁ ଥରେ ରଥ ଯାତରାରେ

ବଡ଼ଦାଣ୍ଡେ ଦେଖା ଦେଇ ।।


ହଜିଯାଏ ଭକ୍ତ ମଜିଯାଏ ସେ ତ

କଳାବଦନକୁ ଚାହିଁ

ମଣିମା ଡାକରେ ଭକତି ଭାବରେ

ବଡ଼ଦାଣ୍ଡ ଉଛୁଳଇ ।।


ନବଦିନ ପାଇଁ ଜନ୍ମ ବେଦୀ ଯାଇ

ଭକତର ମନ କିଣି

ବାହୁଡିବା ବେଳେ ଲୋତକ ଉଛୁଳେ

ଭକତ ନୟନୁ ପୁଣି ।।


ପତିତ ଉଦ୍ଧାର ଦରଶନ ସାର

ନୟନେ ନୟନ ମିଶି

ନାହିଁ ଭୋଗ ଥାଳି ନଡ଼ିଆ କଦଳୀ

ଭାବ ସାଗର ପରଷି ।।


ସୁନାବେଶ ଦେଖି ଆଖି ଯାଏ ଲାଖି

ଅଧରପଣା ଲାଗଇ

ରସଗୋଲା ଭୋଗ ଠାକୁରାଣୀ ରାଗ

ନିଳାଦ୍ରୀବିଜେ ସରଇ ।।


ଜନମ ଜନମ ତୁଣ୍ଡେ ତବ ନାମ

ଭକ୍ତି ଭାବ ନିଏ ମାଗି

ପୁଣି ବରଷକ ଅପେକ୍ଷା ଚାତକ

ରଥାରୁଢ ଦେଖା ଲାଗି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract