STORYMIRROR

Kalandi pal

Abstract

4  

Kalandi pal

Abstract

ରଥୋପରେ ସୁନା ବେଶରେ

ରଥୋପରେ ସୁନା ବେଶରେ

1 min
22


କୋପେ ଜର ଜର ମାଆ ମନ୍ଦିରେ

ସଜେଇ ହେଉଥା  ବଡ ଦାଣ୍ଡରେ 

  ରଥୋପରେ ସୁନା ବେଶରେ

  ସେବାୟତ  ଭକ୍ତ ମେଳରେ

ଆଉ ଘଡିକରେ ମାଆଙ୍କ କୋପରେ

  ହେବ ଲୋକହସା ସିଂହ ଦୁଆରେ ।।


ହଳଦୀ ରଙ୍ଗରେ ଲାଗିବ ଛିଟା

ହୋଇବ ଦାଣ୍ଡରେ କି ହଟ ହଟା

  କମଳିନୀ ଦ୍ଵାର ଦେଶରେ

  ଜଗିଛନ୍ତି ସଖୀ ସାଥିରେ

କିଳିବେ କବାଟ ଦେଖିଥିବେ ନାଟ

  ମରଦ ପଣିଆଁ କେତେ ଅଛିରେ ।।


ଥରେ ବାଦ କରି  ପାଇଲ ଫଳ

ବୁଲି ବାର ବର୍ଷ ବାର ଦୁଆର

  ପହଞ୍ଚିଲ ଚଣ୍ଡାଳ ଘରେ

  ଚଣ୍ଡାଳୁଣୀ ଦେଲା ବାଢିରେ

ପେଟ ଥଣ୍ଡା କଲ ଦୋଷକୁ ମାନିଲ

  ସେହି ଦଗା କିବା ନାହିଁ ମନରେ ।।


ଛଳ କରିବାରେ କିଏ ବା ସରି

ଛଳେ କୁରୁବଂଶ ଦେଲଟି ମାରି

  ବୁଡ଼ାଇଲ  ବଂଶ ଛଳରେ

  ପ୍ରାଣ ଦେଲ ଜାରା ହାତରେ 

ସେଇ କଳା କାହ୍ନୁ ଦାରୁବ୍ରହ୍ମେ ଯେଣୁ

  ଛଳକୁ କିଏ ବା ବୁଝି ପାରେରେ ।।


ଫୁଲ ତୁଳସୀର ଯା ମନ ଶାନ୍ତି

ଭକ୍ତ ପ୍ରେମେ ସବୁ ଭୁଲି ଯାଆନ୍ତି

  ସଜ ହୋଇ ରଥେ ସୁନାରେ

  ନାରୀ ତୁଲ୍ୟ ଭକ୍ତ ମେଳରେ

ସେହି ଗୁଢ଼ ତତ୍ତ୍ଵ ଜାଣ ଲକ୍ଷ୍ମୀ କାନ୍ତ

  ବ୍ରହ୍ମା ଶିବ ଭେଦ ନ ପାନ୍ତି ଯାରେ ।।



Rate this content
Log in

Similar oriya poem from Abstract