Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASHIS KUMAR SWAIN

Abstract Others

4.8  

ASHIS KUMAR SWAIN

Abstract Others

ରଜ ମଉଜ

ରଜ ମଉଜ

1 min
382







ପହିଲି ଆଷାଢି ମୌସୁମୀର ଶୀତଳ ପରଶେ  

ହୋଇବ ଭୁଦେବୀ ରଜସ୍ଵଳା 

ଶସ୍ୟର ଉତ୍ତରଙ୍ଗେ ନାଚିବ ଏ ସଂସାର

ରଜ ନେଇ ଆସୁଛି ଆନନ୍ଦ ଉଲ୍ଲାସରବେଳା ।।


ପୁରପଲ୍ଲୀରେ ଶୁଭିଲାଣି ବନସ୍ତେ ଡାକିଲା ଗଜ

  କୁଆଁରୀ ମନ ବନେ ଉଇଁଲା ସୁରୁଜ

ବରଷକେ ଥରେ ଆସିଛି ରଜ 

ନୂଆପିନ୍ଧି ହେବ ଲୋ ସଜବାଜ।।


ଗାଁ ଲଳନା ଙ୍କ ଖିଲିଖିଲି ହସର କୋଳାହଳ

  ଡକାଡକି ହେଲେଣି ଆଲୋ ବଉଳ

   ପାଦରେ ପିନ୍ଧିବେ ନାଲି ଅଳତା

   ମଥାରେ ପୁଣି ଧଳା କୁଙ୍କୁମ ଚିତା।।


ଉଡିବାକୁ ତରୁଣୀ ମନପକ୍ଷୀ ହେଲାଣି ଅଧିର

ଆମ୍ବତୋଟା ମାଳେ ଜମିବ ସାଙ୍ଗସାଥି ଆସର

ବେଣି ସଜା କେଶେ ଝଟକେ ମଲ୍ଲୀଗଜରା 

ମିଠା ଅତରର ମହକ ଖେଳିଯାଏ ଦେହମନ ସାରା।।


ଘର ଘର ବାସିଲାଣି ପୋଡପିଠାର ଅପୂର୍ବ ମହକରେ

  ପହିଲି ରଜ ଆସି ଡାକିଲାଣି ଦାଣ୍ଡଦୁଆରେ

   କଦମ୍ବ ଫୁଲେ ସଜେଇ ହୋଇ

   ଦୋଳି କୁଆଁରୀ ସାଥେ ଝୁଲେ

ଖଇର ମିଶା ରଜପାନ ଖାଇ ଅଣ୍ଟାହଲେଇ ଚାଲେ।।


ଖାଲି ନାହିଁ ଆଉ ଦାଣ୍ଡ ବାରଣ୍ଡା କି ଚଉପାଠୀ 

 ଗାଁ ର ସବୁ ବୁଢ଼ା ଭେଣ୍ଡିଆକୁ ଦେଖିବୁ ଏଇଠି

ତାସ ପଶା ବାଗୁଡ଼ି କବାଡି ଖେଳରେ ଆସର ଜମିବ

ଦିବାର ଉପରାନ୍ତେ ପଡ଼ିଆରେ ଭିଡ଼ ସେତେ ବଢିବ।।


 ଆକାଶ ପବନେ ଭାସେ ପଟା ଦୋଳି

    ଖେଳୁ ଥାଇ ଲୁଚକାଳି

   ଖରା ଛାଇର ମୁରୁକି ହସ ଦେଖି               

   ମାଟି ମା ଯାଏ ଲାଜରେ ଝାଉଁଳି।।


ମେଘ ଲେଖୁଥିବ ବରଷା କାହାଣୀ

    ସମୟ ସାଉଁଳା ବେଳ

   କୁଆଁରୀ ମନ ଭୁଲିବ କେମିତି 

  ରଜ ମଉଜର ଏ ଦୋଳି ଖେଳ ।।


ରଜ ଝଲସୁଛି ଚାଷୀଭାଇର ମିଠା ହସରେ

ବିଲପାଟ ମହକେ ଆଷାଢ଼ ଜଳର ଭିଜା ବାସ୍ନାରେ

 ବରଷାର ବିନ୍ଦୁ ଛୁଇଁଗଲା ଧରଣୀ

ଆରମ୍ଭ ହେବ ଏବେ ମଇ ଲଙ୍ଗଳର କାହାଣୀ।।


ଆରବରଷକୁ କିଛି ସାଇତା ରହିଲା

ସ୍ମୃତି ର ପେଡିରେ ରଜ ମଉଜ

ଗଣ ପରବର ଏହି ନିଆରା ମିଳନ

ଝୁମେ ଦେଖି ମୋ ଓଡ଼ିଆ ରାଇଜ।।



Rate this content
Log in

Similar oriya poem from Abstract