STORYMIRROR

ASHIS KUMAR SWAIN33

Romance Tragedy

4  

ASHIS KUMAR SWAIN33

Romance Tragedy

ଶୂନ୍ୟତାର ମିଳନ

ଶୂନ୍ୟତାର ମିଳନ

1 min
412

 

         ସୁଉଚ୍ଚ ଗିରି,

          ବକ୍ଷ ଚିରି

     ଭାସିଆସିଛି କେତେ ନଈ 

      କେତେ ଦରିଆ ଡେଇଁ

ମେଘ ସାଜି ତା' ସାଥେ ବରଷିବା ପାଇଁ ।।

     କଳା ବଉଦେ ଲୁଚି ଲୁଚି 

     ଦେଖେ ପ୍ରିୟାକୁ ମୋର,

   ଚିକମିକ୍ ବିଜୁଳି ଆଲୁଏ ଥାଇ 

      ମାରେ ଆଖିଠାର  !!!

    ମାନଭଞ୍ଜିବି ଅଭିମାନିନୀର 

       ଗ୍ଲାନିକୁ ଭୁଲେଇ,

    ପ୍ରଣୟ ଛିଟାରେ ହୃଦୟ 

   ତନୁ ବଲ୍ଲରୀ ଯିବ ଶିହରଇ  !!

     ନେଇ ଆସିଛି ସାଥେ, 

   ଅସରନ୍ତି ପ୍ରେମ ବିନ୍ଦୁର ଛୁଆଁ

  ପ୍ରଶମିତ କରିବି ଲମ୍ବା ବିରହେ, 

   ଛଟପଟ ଯନ୍ତ୍ରଣାର ନିଆଁ   !!!

  ପ୍ରତ୍ୟକ୍ଷ ଆଶ୍ଳେଷିିତେ ନ ଥିବେ 

   କେହି କରିବାକୁ ପ୍ରତିଘାତ 

    ପ୍ରଲମ୍ବ ବାହୁଯୁଗଳେ, 

 କରିନେବି ତାକୁ ସମାହିତ ।।

ଅଭିପ୍ସାରେ ଆପ୍ଲୁତ ମୁକ୍ତକେଶୀକୁ

  ଅନ୍ତରଙ୍ଗେ କରିବି ଅନୁଭବ 

  କାଳଠୁ ଆଣିଛି ଉଦ୍ଧାର,

  କିଛି ନିରୋଳା ସମୟ 

ତା ପ୍ରେମେ ହେବାକୁ ପରାଭବ  !!!!

ଭଗ୍ନ ହୃଦୟେ ଉଠୁଥିବା କୋହର ଜୁଆର

    ତା' ଶୁଷ୍କ ଆଖିକୁ,  

     କରୁଥିଲା ସିକ୍ତ !!

ଚାହୁଁଥିଲା କହିବାକୁ ଅନେକ କଥା, 

     ଓଠ ତା'ର 

  ମୋ ସ୍ପର୍ଶେ ଥିଲା ଆବଦ୍ଧ  !!

  ଏ କେମିତିକା ମିଳନ ???

     ମୁକ୍ତ ଉପବନେ

   ଅଭିଶପ୍ତ ଅଭିସାରର, 

   ବ୍ୟଥାଵହ ରୋଦନ !!!

ଅନିବଦ୍ଧ ଶରୀରେ ଆଲିଙ୍ଗନର ସଂକଳ୍ପ 

ପ୍ରତିକ୍ଷୀତ କଷଣେ ଦେଉଥିଲା ଛନ୍ଦି  !!!

ପୁଣି ଥରେ ଫେରିବାର ପ୍ରତିଶ୍ରୁତି,

  କେମିତି ଦେବି ତାକୁ ??

   ସମୟ ଶିକୁଳିରେ, 

ହୋଇସାରିଥିଲି ଆଜୀବନ ବନ୍ଦୀ ।।

   ମୋ ଆଗମନୀ ଚଂଚଳତା,

ଅସମୟେ ଅସ୍ତମିତତାର ଉଦାସୀନତାଠୁ 

  ନେଉଥିଲା ତାକୁ ଦୂରେଇ !!

 ବିଦାୟ ବେଳାର ବର୍ଣ୍ଣନାତୀତ କଷ୍ଟକୁ

    ଅଭିନୟ ଭରା ହସେ, 

   ଦେଉଥିଲା ସେ ଲୁଚେଇ ।।

  କାରୁଣ୍ୟତାର ଓଢ଼ଣୀ ତଳେ 

ନୀରବି ଯାଇଥିବା ଅଭିସାରିକା ସାଥେ, 

   ଏ ଥିଲା ଅନିର୍ବାଣ ମିଳନ 

    ଏ ବି ଏକ ମିଳନ ..........

  ସ୍ଥୂଳ ସାଥେ ଶୂନ୍ୟତାର ମିଳନ............।।

    


Rate this content
Log in

Similar oriya poem from Romance