STORYMIRROR

ASHIS KUMAR SWAIN33

Inspirational

4  

ASHIS KUMAR SWAIN33

Inspirational

ଉତ୍କଳ ସ୍ଵର୍ଣ୍ଣ ଦ୍ୟୁତି

ଉତ୍କଳ ସ୍ଵର୍ଣ୍ଣ ଦ୍ୟୁତି

1 min
451


     

 ବୀର ପ୍ରସବିନୀ ଶ୍ୟାମଳା ନନ୍ଦିନୀ,

ବକ୍ଷେ ପ୍ରବାହିତ ଚିର ସୁଧା ତଟିନୀ 

କଳା ଭାସ୍କର୍ଯ୍ୟେ ପରିପୂର୍ଣ୍ଣା ତୁମେ,

ସମୃଦ୍ଧ ଜାତିର ପୁଣ୍ୟଗାତ୍ରୀ ଉତ୍କଳ ଜନନୀ ।।


ନଭଶ୍ଚୁମୀ ଗିରି ସମ ଗରିମା ତୋର !!

ବିଶ୍ଵ ଗାଏ ଯାହା ସଂସ୍କୃତି ଗୀତି

ସାମ୍ୟ,ମୁକ୍ତି,ଐକ୍ୟ, ସଂହତିରେ 

ମନ ପ୍ରାଣ ଭିଜୁଥାଏ !!

ହୃଦେ ବହେ, ପ୍ରୀତି ଗଙ୍ଗା ତୁମ ପ୍ରତି ।।


ଅଞ୍ଜଳି,ଅର୍ଚ୍ଚନା,ରଘୁ ଅରକ୍ଷିତ 

ପୁଣି ପ୍ରେମଚିନ୍ତlମଣି

କେତେ ଯେ ଅମଳିନ କାବ୍ୟକବିତାରେ

ତୋ ପୃଷ୍ଠ ଭୂଇଁ ରହିଛି ଛାଇ !!

ଅନନ୍ୟା ତୁ ମା ଉତ୍କଳ ଜନନୀ

ଉତ୍କଳ ଭାରତୀ କୁନ୍ତଳାଙ୍କୁ ଜନମ ଦେଇ ।।


ସ୍ମରେ ଓଡ଼ିଆ ଶିଖା ସ୍ୱାଭିମାନ ସୂତ୍ର 

ଛ' ମାଣ ଆଠଗୁଣ୍ଠର ବିବର୍ତ୍ତନେ ଦିଶେ,

ସାରିଆ ଭଗିଆ ଚରିତ୍ର !!

ଭାଷା ସାହିତ୍ୟେ ସନ୍ଦୀପିତ ସଜାଗ ସେନାପତି, 

 ଲଛମାର କାଳଜୟୀ କୃତେ

ଉକୁଟି ଉଠେ ସମର୍ପଣର ସ୍ଵର୍ଣ୍ଣ ଦ୍ୟୁତି !!

ହେ କବି ବ୍ୟାସ ଅବତରି ଆସ,

ତୋଳିଧର ଉତ୍କଳ ଉତ୍ସଙ୍ଗ ଯଶ ।।


ଯଶୋରାଶି ସେ ଓଡ଼ିଆ ଜନମାନସେ,

ନବ ଉତ୍କଳ ବିନ୍ଧାଣୀ !!

ହୃଦେ ଯା'ର ଭାଷାରେ ଆଦର

ବିଦିତ ଉତ୍କଳ ଗୌରବେ , 

ଆହେ ଚିନ୍ମୟ ଚିନ୍ତାମଣି ।।

ପୂରୁବ ଗୌରବ ପୂରୁବ ସାହସର ଇତିହାସ

କୋଟି ଜନ ମନେ ଉଦଭାସିତ,

ବାରିଷ୍ଟର ବାବୁଙ୍କ ଉଦାତ୍ତ ଆହ୍ୱାନେ 

ମୃତକଳ୍ପ ଓଡ଼ିଆ ଚେତନା ଜାଗ୍ରତ।।


ଉଠରେ ଉଠ ନ କରି ମଠ

ଫେରାଇ ଆଣ ନିଜ ହୃତ ଗୌରବ ରାଜି !!

କେହି ନାହିଁ ଦେବାକୁ ଆତ୍ମହୁତି,

ତୁମପାଇଁ ଦଧିଚି ସାଜି !!

କିଏ ସେ ଥିବ ଦୀନ ଦୁଃଖେ ବ୍ୟଥିହାରି,

ବୁଭୁକ୍ଷରେ ଭୁଞ୍ଜାଇବେ ଅନ୍ନ ହାତେ ଧରି !!


ପୁତ୍ର ମୋହ ଭୁଲି କର୍ମବୀର କହେ

ମିଶୁ ମୋର ଦେହ ଏ ଦେଶମାଟିରେ 

ଦେଇ ପ୍ରାଣପୂର୍ଣ୍ଣ ସ୍ନେହ ନୟନ ତୀରେ ।।

ଚକ୍ଷୁ ବରଜେ କରୁଣ କଲ୍ୟାଣ ଅଶ୍ରୁଧାର

ଆହେ ଉତ୍କଳମଣି ଝୁରେ ତବ,

ଓଡ଼ିଆ ମହୀ ବାରମ୍ବାର ।।


ମାତୃଭୂମି ମାତୃଭାଷାରେ ମମତା,

ଉଦ୍ରେକ କରି ମଉଳିଲେ ଚନ୍ଦ୍ରମୌଳି  

ଉତ୍କଳକୁ କରି ସ୍ଵାଭିମାନୀ ।।

 ତ୍ୟାଗପୁତ ପ୍ରାଜ୍ଞ ଅସ୍ତମିତେ,

ବିଳପେ ହୁଏ ଭାଳି କଳ କଲ୍ଲୋଳିନୀ 

ତବ ପାଦେ ପ୍ରଣିପାତ

 ପ୍ରାଣପ୍ରତିମା ଉତ୍କଳ ଜନନୀ !!

ବନ୍ଦେ ଉତ୍କଳ ଜନନୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational