STORYMIRROR

ASHIS KUMAR SWAIN33

Abstract Fantasy

3  

ASHIS KUMAR SWAIN33

Abstract Fantasy

ସ୍ନେହର ବନ୍ଧନ ରକ୍ଷାବନ୍ଧନ

ସ୍ନେହର ବନ୍ଧନ ରକ୍ଷାବନ୍ଧନ

1 min
216


 ଏ କେମିତିକା ଆଜନ୍ମ, ଅତୁଟ ବନ୍ଧନ

 ଶରୀର ଦୁଇଟି ଥାଇ ଗୋଟିଏ ଜୀବନ,

ଥାଇ ଦୁଇ ହୃଦୟେ ଶୁଭେ ଗୋଟିଏ ସ୍ପନ୍ଦନ !!

ଦୃଢ଼ ଅଧିକାରେ, ଏକ ପ୍ରତିଜ୍ଞା ଭରା ବଚନ

 ବାତ୍ସଲ୍ୟ ମମତାର ଅସରନ୍ତି ଭଣ୍ଡାର,

 ସେନେହ ଆଦରର ନାହିଁ ଏଠି ପଟାନ୍ତର

  ଅନାବିଳ ପ୍ରେମର ନିରାସକ୍ତ ମୋହ

ଜଣେ ପାଇଲେ କଷ୍ଟ ଆଉ ଜଣେ ଝରାଏ ଲୁହ !


 ଏ କେମିତିକା ଇର୍ଷାହୀନ ସ୍ପର୍ଦ୍ଧାର ମହକ

 ଆନ୍ତରିକତାପୂର୍ଣ୍ଣ, ଅନ୍ତହୀନ ସମ୍ପର୍କର ପ୍ରତୀକ

ମିଛିମିଛିକା ଦୋଷାରୋପ ସାଥେ ମିଠା ଅଭିଯୋଗ

 ଅବ୍ୟକ୍ତ ଭାବନାର ଏକ ସିକ୍ତ ଅନୁରାଗ

    ପ୍ରୀତି ଡୋରେ ବନ୍ଧା, 

  ଭାଇସାଥେ ଭଉଣୀର ଅମିତ ବନ୍ଧନ 

   ରାଗ ରୁଷା ଥାଇ କେବେ,

   ପୁଣି ମାନ ଆଉ ଅଭିମାନ ।


  ଅଲିଭା ସ୍ମୃତି ସ୍ରୋତେ ଉପସ୍ଥିତ,

  ଗହ୍ମା ପରବର ଏହି ପବିତ୍ର ଦିନ

  ଯେତେ ଦୂରେ ଥିଲେ ଥାଉ ପ୍ରାଣ,

ରାକ୍ଷୀ ସୂତାଖିଏ ବାନ୍ଧି ହେଇଯାଏ ଆପଣା ମନ

  ରଖି ରାକ୍ଷୀକୁ ସାକ୍ଷୀ,ସଂକଳ୍ପ ଭାଇର

   ରଖିବ ଭଉଣୀର ମାନ ସମ୍ମାନ

   ହୋଇଥିବ ରହି ତା ଦେହର ଛାଇ

ପୁରାକରିବ ତା', ଆଖି ଦେଖିବ ଯେତେ ସପନ !

ଭଉଣୀ ନେଇଆସିଛି ସୁସଜ୍ଜିତ

ଥାଳିରେ କୁସୁମ ଚନ୍ଦନ,

  ଅକ୍ଷତ ଚାଉଳ ସାଥେ ମିଠା ଆସ୍ଵାଦାନ

ଚିକିମିକି ରାକ୍ଷୀର ଔଜ୍ଜଲ୍ୟତା ଆହୁରି ବଢ଼ିଗଲା,

  ଭାଇ ହାତେ ଯେବେ ଭଉଣୀ ବାନ୍ଧିଲା 

ଗଣ୍ଠି ରେଶମୀ ଡୋରୀର ଏକ ଏକ ପ୍ରତିଶ୍ରୁତି

  ଜୀବନ ଥିବାଯାଏ ସୂଚାଇଦିଏ, 

ଦାୟିତ୍ଵ,ସୁରକ୍ଷା,କର୍ତ୍ତବ୍ୟ ଭାଇର ଭଉଣୀ' ପ୍ରତି

ଅଲିଖିତ କାହାଣୀର ଏ କେମିତିକା ଭାସ୍ୱର ମିଳନ

  ଭାଇ ସିନ୍ଦୁକେ ସଯତ୍ନେ ସାଇତା,

  ଭଉଣୀ ଅଟେ ତା' ପାଇଁ ଶ୍ରେଷ୍ଠ ରତ୍ନ ।


          


Rate this content
Log in

Similar oriya poem from Abstract