Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଯୋଗ ହିଁ ଜୀବନ

ଯୋଗ ହିଁ ଜୀବନ

1 min
378


(ରାଗ:- ବଙ୍ଗଳା ଶ୍ରୀ)


ଯୋଗର ମହତ୍ତ୍ଵ      ମ ହ ତ୍ତ୍ୱ ପୂ ର୍ଣ୍ଣ ଟି 

      ଦୁନିଆ ଏବେ ବୁଝୁଛି 

ଋଷି ମୁନିଙ୍କର ‌      ଯୋଗ ସାଧନ କୁ

       ଗ୍ରହଣ ବିଶ୍ବ କରୁଛି ।


ସଂସ୍କୃତି ସଂସ୍କାର ‌    ଭା ର ତ ବ ର୍ଷ ର

       ଗ୍ରହଣ କରେ ଦୁନିଆ

ଏକୋଇଶି ଜୁନ      ଯୋଗ ଏ ଦିବସ

      ଜଳୁଛି ଯୋଗର ନିଆଁ ।


ଆଧ୍ୟାତ୍ମିକ ଶକ୍ତି        କରୁଛି ପ୍ରଦାନ

     କରୁଛି ନିରୋଗ ଜନ

କର୍ତ୍ତବ୍ୟରେ ପ୍ରୀତି      କରୁଛି ଜାଗ୍ରତ 

      ହୁଏ ଆନନ୍ଦିତ ମନ ।


ଦକ୍ଷିଣାମୁଖୀ ଟି     ସୂର୍ଯ୍ୟ  ଦେବଙ୍କର

      ଆଜି ଟି ପବିତ୍ର ଦିନ

କଲେ ଆରାଧନା ‌   ଦି ବା କ ର ଙ୍କ ର

     ରୋଗହୋଇ ଯାଏଶୂନ୍ୟ ।


ପାଠ୍ୟକ୍ରମ ହେଲା   ଯୋଗାସନ ଏବେ

      ମିଳୁଛି ଯୋଗର ଶିକ୍ଷା

ଯୋଗାସନ ଅର୍ଥ‌    ଅଟେ ଏ କ ତ୍ରି ତ

      ଶରୀର ମୁଦ୍ରାର ଦିକ୍ଷା ।


ଅମୂଲ୍ୟ ସମ୍ପଦ   ‌  ସ ନା ତ ନୀ ଙ୍କ ର

      ଋଷି ମୁନି ଆବିଷ୍କାର

ନିରୋଗ କରୁଛି   ‌   ବ୍ରହ୍ମାଣ୍ଡ ଜନଙ୍କୁ

      ଅସ୍ତ୍ର ଏ ତପସ୍ୱୀଙ୍କର ।


ସ୍ଥାପିତ କରିଲେ ‌ ‌ ‌   ବିଶ୍ବରେ ଏହାକୁ

     ପ୍ରଧାନ ଦେ ଶ ର ମୋଦି

ଅନ୍ତଃରାଷ୍ଟ୍ରୀୟର   ମାନ୍ୟତା ପାଇଲା 

    ଗୁଞ୍ଜେବିଶ୍ବେ ମୋଦି ମୋଦି ।


ଏକତ୍ରିତ ହୋଇ    ଯୋଗ କରିବାକୁ

     କହୁଛି ନୂଆ ଭାରତ

ସ୍ବାସ୍ଥ୍ୟ ରହିବାର   ‌‌ ଅଟେ ଏ ସାଧନ

     ଅମୃତ କାଳେ ଜଡ଼ିତ ।


ଯୁବା ଓ ଯୁବତୀ   ଦିଅ ଏବେ ଧ୍ୟାନ

    ଧ୍ୟାନ ବାଳକ ବାଳିକା 

ଅଟେ ଯୋଗାସନ   ଅମୂଲ୍ୟ ସମ୍ପଦ

     ଅଙ୍ଗୀକାର କର ଦିକ୍ଷା ।


ହସି ଉଠିବ ଟି ‌    ନୂଆ ଏ ଭାରତ

     ଆତ୍ମନିର୍ଭର ଟି ହେବ

ଦେଶର ସମ୍ମାନ    ଗୌରବ ଆମର

     ନିତି ଦିନ ବଢୁଥିବ ।।


Rate this content
Log in

Similar oriya poem from Abstract