କରୁଣାମୟୀ କରୁଣା କର
କରୁଣାମୟୀ କରୁଣା କର
ହେ କରୁଣାମୟୀ
ପରା ଶକ୍ତିରୂପା
ଶୁଣ ଗୁହାରି,
ଆସିଛୁ ମର୍ତ୍ତ୍ୟରେ
ପବିତ୍ର ପାର୍ବଣେ
ପୂଜା ତୋହରି !!
ବ୍ରହ୍ମଚାରିଣୀର
ରୂପକୁ ଧରିଛୁ
ମାତା ତାରିଣୀ
ନବରାତ୍ରର ଏ
ଦ୍ବିତୀୟ ଦିନର
ରୂପ ଭବାନୀ !!
ବ୍ରହ୍ମଚାରିଣୀର
ପୂନନେ ଟି ଭକ୍ତି
ମିଳେ ଟି ଶକ୍ତି,
ମହିଳା ରଖନ୍ତି
ନିର୍ଜଳା ବ୍ରତକୁ
୍ ଶକ୍ତିରେ ପ୍ରୀତି !!
ଦେଖ ଶୈଳୀ ପୁତ୍ରୀ
ହେ କରୁଣାମୟୀ
ମର୍ତ୍ତ୍ୟ ଦୁର୍ଦ୍ଦଶା,
ମନୋବୃତ୍ତି କିବା
ରଖିଣ ହୃଦରେ
ଯୁଦ୍ଧରେ ଆଶା !!
ଆତଂକବାଦୀର
କେଉଁ ଏ ତାଣ୍ଡବ
ଦେଖ ନୟନେ
ମାରନ୍ତି ନୀରିହ
ଶିଶୁ ଓ ବନିତା
ଚିନ୍ତିତ ମନେ !!
ମହିଷା ମର୍ଦ୍ଦିନୀ
ବିଘ୍ନ ତୁ ନାଶିନୀ
ଅସ୍ତ୍ରକୁ ଧର,
ସମୂଳ ବିନାଶ
କର ମା ତାଙ୍କରି
ଡାକୁଛି ନର !!
ବାମ ହସ୍ତେ ତୋର
କମଣ୍ଡଳ ପରା
କରୁ ମଙ୍ଗଳ,
ଜପର ମାଳାକୁ
ଦକ୍ଷିଣ ହସ୍ତରେ
ଶୁଭ କେବଳ !!
ଅମୃତର କାଳ
ଆବିର୍ଭାବ ତୋର
ଶୁଭ ସକାଳ,
ବିନାଶ ନିଶ୍ଚୟ
ବିଶ୍ଵ ଶତ୍ରୁର
ହେବୁ ତୁ କାଳ !!
ସଂସ୍କୃତି ସଂସ୍କାର
ସୁରକ୍ଷା କରହେ
ତୁହି ଜନନୀ,
ପ୍ରଶ୍ନ ସନାତନେ
କରୁଛନ୍ତି ନେତା
ଦେଖ ଭବାନୀ !!
ସତ୍ତା ଲାଭ ପାଇଁ
କରନ୍ତି ତାଣ୍ଡବ
ଦେଖ ତୁ ନେତ୍ରେ,
ଆତଙ୍କବାଦୀର
ସମର୍ଥନ ତାଙ୍କ
ସତ୍ତା ନିମନ୍ତେ !!
ଜାତିଭେଦ ପୁଣି
ଆଣୁ ଛନ୍ତି ରାଷ୍ଟ୍ରେ
ସତ୍ତାର ପାଇଁ,
ସ୍ତ୍ରୀ ଆଉ ପୁରୁଷ
ଦୁଇ ଜାତି ପରା
ସତ୍ୟତା ଯହିଁ !!
ଗରୀବ ହିଁ ଜାତି
ଉନ୍ନତି ତାହାରି
ନେତା କର୍ତ୍ତବ୍ୟ,
ଦ୍ୱେଷ ଭରୁ ଛନ୍ତି
ମାନବ ସମାଜେ
କିପରି ଭାବ !!
ଦୂର କର ମାତେ
ଏହୁ ମନୋବୃତ୍ତି
ନହୁ ଏ ରୀତି
ଆତ୍ମନିର୍ଭର ଟି
ହୁଅନ୍ତୁ ଜନତା
ମିଳୁ ଟି ଶକ୍ତି !!