STORYMIRROR

Prasanna Kumar Madala

Abstract Inspirational

3  

Prasanna Kumar Madala

Abstract Inspirational

ସତ୍ତା

ସତ୍ତା

1 min
11.8K


ଦେଇଛ ମଣିମା     ଲବଣ ପ୍ରତିମା

ଦେହରେ ମୋ' ପ୍ରାଣ ସ୍ଥାପି

ଦ୍ରବିଯାଏ ସତ୍ତା     ସିନ୍ଧୁ ଗଭୀରତା

କେମନ୍ତେ ପାରନ୍ତି ମାପି

ଇତରଜନ ମୁଁ ପାପୀ

ବୃଥା ଅହଂକାରେ   କ୍ଷଣିକ ଶଙ୍କାରେ

ବିଲୁପ୍ତ ଯେ' ଅପଳାପି ।


ନାହିଁ ମୋ' ସାଧନା   ତୁମ ଆରାଧନା

କରିଥାନ୍ତି ନାମ ଜପି

ଜ୍ଞାନ ହିଁ ବିତରେ ତୁମେ ମୋ' ଭିତରେ

ଅଜ୍ଞାତେ ରହିଛ ଛପି

ଅନ୍ତର୍ଦୃଷ୍ଟି ପୁନରପି

ଖୋଲିଦିଅ ପ୍ରଭୁ    ନିସ୍ତରି ଏ' ଭବୁ

ସଂଯୋଗେ ସାଜନ୍ତି ତପୀ ।



Rate this content
Log in

Similar oriya poem from Abstract