STORYMIRROR

Gunanidhi Samal

Abstract

3  

Gunanidhi Samal

Abstract

ଜଳ

ଜଳ

1 min
11.7K

ଜଳହିଁ ଜୀବନ ଏଠି ଜଳ ହିଁ ମରଣ

ଜଳହିଁ ତ ଏ ସୃଷ୍ଟିର ଜ୍ୱଳନ୍ତ ପ୍ରମାଣ,

କେବେ ସେ ବୁଡାଏ କୁଳ

କେବେ ସେ ବୁଡାଏ ଥଳ

କେବେ ପୁଣି ଲଙ୍ଘିଥାଏ କୂଳ ।

ଜଳର ଗହଳେ ସୃଷ୍ଟି ହୋଇଥାଏ ନାଶ

ଜଳର ବିହୁନେ ପୁଣି ଜଳୁଥାଏ ବିଶ୍ୱ ,

କେବେ ସେ ହିମ ଶୀତଳ

କେବେ ଉତ୍ତପ୍ତ ତରଳ

କେବେ ପୁଣି ଶୁଭ୍ର ନିରିମଳ ।

କୂପ ନଳକୂପ ଜଳ ଭାରି ସୁଶୀତଳ

ନୀଳ ସମୁଦ୍ରର ଜଳ ସ୍ୱଚ୍ଛ ନଦୀନାଳ,

କେବେ ହୁଏ ଢଳଢଳ

କେବେ ସିଏ ଛଳଛଳ

କେବେ ପୁଣି ଗାଏ କଳକଳ ।

ତଳୁ ସେ ଉପର କେବେ ସେ ଉପରୁ ତଳ

ଜଳରେ ଅନଳ ଜଳେ ଦିଶଇ ଉଜ୍ବଳ,

ଜଳରୁ ଉତ୍ପନ୍ନ ତୈଳ

ଚଳେ କାରଖାନା କଳ

ଜଳ ବିନା ସମସ୍ତ ଅଚଳ ।



Rate this content
Log in

Similar oriya poem from Abstract