STORYMIRROR

Abhiram Mandal

Abstract Others

3  

Abhiram Mandal

Abstract Others

ମନ କୁରୁକ୍ଷେତ୍ର

ମନ କୁରୁକ୍ଷେତ୍ର

1 min
12.1K

ଘର ବାହାରେ ଚାଲିଛି ଅସରନ୍ତି ବର୍ଷାର ତାଣ୍ଡବ,

ଏଣେ କିନ୍ତୁ ହୁତୁହୁତୁ ଜଳୁଅଛି ମୋ ମନ ଖାଣ୍ଡବ,

ସ୍ମୃତି ଗୁଡା ଜଗି ବସିଛନ୍ତି ସତେ ମଧ୍ୟମ ପାଣ୍ଡବ,

ଅଶ୍ରୁ ତୀର କରେ ଉତକ୍ଷେପଣ ମୋ ଆଖିର ଗାଣ୍ଡିବ।

ହୃଦୟଟା ମୋର ସାଜିଗଲା ଇନ୍ଦ୍ରପ୍ରସ୍ଥ ସିଂହାସନ,

ଚକ୍ରାନ୍ତର ବ୍ୟୁହ ରଚିଗଲା ମୋର ଆଶା ଦୂର୍ଯ୍ୟୋଧନ,

ନିରାଶା ଶକୁନି କପଟପଶାରେ ଚଳାଇଲା ଦାନ,

ହାରିଯାଇ ବିବେକର ଯୁଧିଷ୍ଠିର ଚାଲି ଗଲା ବନ ।

ହସର ଅଭିମନ୍ୟୁ ଆଜି ମୂର୍ଚ୍ଛିତ କୋହ ଚକ୍ରବ୍ୟୁହ ଘେରେ,

ଆଶଙ୍କାର ସପ୍ତରଥି ମାରି ତଡନ୍ତି ସ୍ୱପ୍ନ ବୃକୋଦରେ, 

ଅଭିଳାଷ ସହଦେବ ତୁନି ହେଇ ଶୋଇଛି ନିଦରେ,

ଭଗ୍ନମନର ନକୁଳ ଉଭା ଆଜି ଏ କୁରୁକ୍ଷେତ୍ରରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract