STORYMIRROR

Abhiram Mandal

Abstract

2  

Abhiram Mandal

Abstract

ତୁମେ

ତୁମେ

1 min
218

ତୁମେ କଣ ସେହି ତୁମେ 

ଯିଏ ଦିନେ କରିଥିଲା ସମ୍ବୋଧନ...ମତେ 'ତୁମେ' 

ହସି ଦେଇ, ଆପଣାର କରି ନେଇ,

ବାହୁରେ ମୋ ଲୋଟି ଯାଇ...କହିଥିଲା,

ସତେ ମତେ ଭଲ ପାଅ 'ତୁମେ' 

କାହିଁଗଲା, ସେ ସ୍ୱପ୍ନଭରା ଦିନ ସବୁ,

ହଜିଗଲା କେଉଁ ନିର୍ଜନ ମୁହୂର୍ତ୍ତେ,

ତୁମର କଣ ମନେ ନାହିଁ... ସବୁ ଭୁଲିଗଲ ତୁମେ 

ଛଳନାର ପ୍ରବଞ୍ଚନା କିବା କରି ମତେ, 

ଠକି ଦେଲ...ଭରା ହୃଦୟରୁ ସବୁ କାଢି ନେଇ,

ଆଉ କାର ହାତ ଧରି, କିମ୍ପା ଚାଲିଗଲା ତୁମେ 

ଆଜି କାହିଁକି ପୁଣି ସେଇ କୁହୁଡିର ପ୍ରହେଳିକା 

ପୁଣି କାହିଁକି ବୃଥା ଆଶା 

ଆଉ କିଛି ମୋର ଲୋଡ଼ା ନାହିଁ,

ଦୟାକରି ଚାଲିଯାଅ ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract