STORYMIRROR

Abhiram Mandal

Romance

2  

Abhiram Mandal

Romance

ତୁମକୁ ମୁଁ ଭଲ ପାଏ

ତୁମକୁ ମୁଁ ଭଲ ପାଏ

1 min
245

ତୁମକୁ ମୁଁ ଭଲ ପାଏ,

ଭଲପାଏ ତୁମକୁ ମୁଁ,

କିନ୍ତୁ କାହିଁକି କେଜାଣି

ତୁମକୁ ଦେଖି ଶଙ୍କିଯାଏ,

କାଳେ କିଛି ତୁମେ ଭାବିବ ବୋଲି,

ବଢିଥିବା ପାଦଟି ମୋର,

ଆପେ ପଛକୁ ହଟିଯାଏ,

ହେଲେ ତୁମକୁ ମୁଁ ବହୁତ ଭଲ ପାଏ


ତୁମକୁ ମୁଁ ଭଲ ପାଏ,

ଭଲପାଏ ତୁମକୁ ମୁଁ,

ଦୂରରୁ ତୁମକୁ ମୁଁ ବାରମ୍ବାର ଚାହୁଁଥାଏ,

କିନ୍ତୁ ତୁମେ ପାଖକୁ ଆସିଲେ,

ଦୃଷ୍ଟି ମୋର ତଳକୁ ଚାଲିଯାଏ,

କଣେଇ ଚାହିଁବାକୁ ଇଛା ଥିଲେ ବି,

ବିବେକ ମୋର ବାଧା ଦିଏ,

ହେଲେ ତୁମକୁ ମୁଁ ବହୁତ ଭଲ ପାଏ


ତୁମକୁ ମୁଁ ଭଲ ପାଏ,

ଭଲପାଏ ତୁମକୁ ମୁଁ,

ସତକଥା ସବୁ ଖୋଲି କହିଦେବି ବୋଲି,

ସାହସ ସଦା ମୁଁ ସଞ୍ଚୁଥାଏ,

କିନ୍ତୁ ତୁମପାଶେ ଯାଇ କହିଲା ବେଳକୁ,

ଓଠଟା ମୋର ଥରି ଯାଏ,

ହେଲେ ତୁମକୁ ମୁଁ ବହୁତ ଭଲ ପାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance