The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Abhiram Mandal

Abstract Classics

4.0  

Abhiram Mandal

Abstract Classics

ରଜ ପରବ

ରଜ ପରବ

1 min
39


ଆସଲୋ ବଉଳ ଆସଲୋ ସଙ୍ଗାତ ଖେଳିବାକୁ ଯିବା ଦୋଳି,

ବରଷକ ପରେ ଆସିଅଛି ରଜ କରିବାନି ଆଜି କଳି।

 ରୁନୁ,ଝୁନୁ, ଗୀତା, ଚପଳା, ବନିତା ସମସ୍ତଙ୍କୁ ଡାକି ଆସ,

ରଜ ପରା ଦିନେ ମଉଜ କରିବା ଓଠରେ ଖେଳାଇ ହସ।

 ଆମ ପାଇଁ ପରା ସଜେଇ ହେଇଛି ଗାଁ ମୁଣ୍ଡ ତୋଟାମାଳ,

କେତେ ରକମର ଦୋଳି ଝୁଲୁଅଛି ଆମ୍ବ ଗଛର ଡାଳ ।

 ଦଉଡି ଦୋଳିକୁ, ପଟା ଦୋଳି ପୁଣି ମହିଦୋଳି ଚକିରି,

କିଏ ବୁଲେଇବ ଆକାଶରେ ପୁଣି ଆଉ କିଏ ଘିରିଘିରି।

 ଘରେ ତ ହେଇଛି ପୋଡପିଠା ପୁଣି ଖାସି ମାଂସ ତରକାରୀ,

ତା ସାଥିରେ ଆମେ ମିଶାଇ ଖାଇବା ଆମ୍ବ ପଣଷ ସପୁରୀ।

 ଆଉ ଗୋଟେ ଚିଜ ଭୁଲିବାତ ନାହିଁ ସିଏ ପରା ରଜ ପାନ,

ଗୋଟେ ଖାଇଦେଲେ ଆଉଥରେ ପୁଣି ଖାଇବାକୁ ହେବ ମନ।

 ନୂଆ ଜାମାପଟା ପିନ୍ଧିଣ ବୁଲିବା ଆମେ ଯେ ସାହିକୁ ସାହି,

ମଥାରେ ଚନ୍ଦନ ପାଦରେ ଅଳତା କଦଳୀ ଟୋପ ଲଗେଇ।

 ରଜ ତିନିଦିନ କାମରୁ ନିସ୍ତାର କରିବା ଖାଲି ମଉଜ,

ଗାଁ ଟୋକାମାନେ ଖେଳିବେ ବାଗୁଡି ପଡିଆ ହେଲାଣି ସଜ।

 ଢୋଲ ବାଜାର ତାଳେ ତାଳେ ପରା ଖେଳଟା ତ ଯିବ ଜମି,

ଦେଖଣାହାରିଙ୍କ କରତାଳି ମାଡେ ଖେଳାଳି ଉଠିବେ ଝୁମି।

 ରଜ ପରବରେ ସକାଳୁ ସଞ୍ଜ ଯେ ଗାଁ ଟା ଚଳ ଚଞ୍ଚଳ,

ବରଷା ଊତୁର ସ୍ବାଗତ କରି ଯେ ଆନନ୍ଦିତ ଚାଷୀ କୁଳ।



Rate this content
Log in

More oriya poem from Abhiram Mandal

Similar oriya poem from Abstract