Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Mandal

Romance Fantasy

4.3  

Abhiram Mandal

Romance Fantasy

ହୃଦୟ ଗୀତି

ହୃଦୟ ଗୀତି

1 min
453



ହୃଦୟ କ୍ଷେତରେ ଦେଇଅଛ ତୁମେ

ଯେଉଁ ମଞ୍ଜିତକ ବିଞ୍ଚି,

ଅଙ୍କୁରିତ ହେବ ଦେଲେ ଥରେ ତାରେ,

ପ୍ରେମ ବାରି ଟିକେ ସିଞ୍ଚି ।


ଜାଣେନା ମୁଁ କେବେ ଆସିବ ବଉଦ,

ଢାଳିବ ବରଷା ଧାରା,

ଅଙ୍କୁରିତ ଚାରା ବୃକ୍ଷ ପାଲଟିବ,

ମାରିବ ପତ୍ର ଗଜରା ।


ଚାହିଁ ରହିଅଛି ବସନ୍ତ ଋତୁକୁ,

ଯେବେ ମଳୟ ବହିବ,

ମନେ ଅଛି ମୋର ଯେତେ ଆଶା ସବୁ,

ସତେ କି ପୂରଣ ହେବ ?


ପତ୍ର କଅଁଳିବ ଫୁଲ ଯେ ଫୁଟିବ,

ଶାଖାରେ ଧରିବ କଷି,

ମନେ ମନେ ମୁହିଁ ହେଉଛି କି ଗୁଣି,

ମିଛଟାରେ ବସି ବସି ।


ମନ କିନ୍ତୁ କହେ ଘଟିବ ଏ ସବୁ,

ନିଶ୍ଚୟ ଦିନେ ନା ଦିନେ,

ଜାଣେନା ମୁଁ କିନ୍ତୁ ସୁନ୍ଦର ସପନ,

କେବେ ଆସିବ ନୟନେ ।


ତୁମେ ତ ଚାହିଁଲେ ସବୁ କିଛି ହେବ,

ହୃଦୟ ତୃଷ୍ନା ମେଣ୍ଟିବ,

ଚାଲି ଆସ ଥରେ ମୋର ଦୁନିଆକୁ,

ଅପେକ୍ଷା ଘଡି ତୁଟିବ ।



Rate this content
Log in

Similar oriya poem from Romance