ଫୁରୁସତ
ଫୁରୁସତ
ହୃଦୟ ଖୋଜୁଥାଏ ସଦା
ଫୁରୁସତର ବେଳ
ସେ ହେଉ ସଞ୍ଜ ଅବା ସକାଳ
ମନକୁ ହାଲକା କରିବା ପାଇଁ
ଟିକେ ଧାଇଁ ଯିବ
ସବୁ କିଛି ଭୁଲି ଯିବ
ପଛରେ ନଥିବ ଜଞ୍ଜାଳ ।
ଦିନ ସାରା ବ୍ୟସ୍ତ ଭରା ଜୀବନରେ
ହଜିଯାଏ ଚିହ୍ନା ମୁହଁ
ପିଠିରେ ପଡିଥାଏ
ଅନେକ କାମର ବୋଝ
ଫୁରୁସତ ନଥାଏ କେବେ ବି ପୋଛିବାକୁ
ବହୁଥିବା ଆଖି ଲୁହ ।
ଏମିତି ବି ଜୀବନଟା କଟି ଯାଏ
ସବୁକିଛି ଭାସିଯାଏ ସମୟ ସୁଅରେ
କ୍ଳାନ୍ତିକର ଜୀବନ ବାଟରେ
କେବେ କେମିତି ଆସ୍ୱସ୍ତିର
ନିଶ୍ୱାସ ବାହାରେ ।
ଅନେକ ଭିଡରେ ରୁନ୍ଧି ହେଉଥିବା
କଅଁଳିଆ ମନଟା
ବେଳେ ବେଳେ ଚାହିଁଥାଏ ଖୋଲା ପବନରେ
ହେବ ସେ ସତେଜ
ଫିକା ପଡି ଆସୁଥିବା ଜୀବନ ଭରିବ
ଇନ୍ଦ୍ରଧନୁ ରଙ୍ଗ ଛିଟା ।
କିନ୍ତୁ ଜୀବନରେ ରହିଯାଏ
ଅନେକ ଅବଶୋଷ
ଦିନରାତି ଖାଲି କାମକାମକାମ
ମିଳେନା ଟିକିଏ ବି ଫୁରୁସତର ବେଳ
ପିଇବାକୁ ବୁନ୍ଦିଏ ବି ବିଷ ।