STORYMIRROR

Abhiram Mandal

Abstract

2  

Abhiram Mandal

Abstract

ଧନ୍ୟବାଦ

ଧନ୍ୟବାଦ

1 min
192

ଜୀବନଟା ଥିଲା ମରୁଭୂମି ସମ,

ତୁମେ ଢାଳିଦେଲ ବରଷାର ଧାରା,

ରହିଲ ହୃଦୟେ ମରୁଦ୍ୟାନ ହେଇ,

ଖୋଲିଦେଇ ତୁମ ପ୍ରୀତିର ପସରା


ମନ ମୋର ଥିଲା ବୈଶାଖୀ ମଧ୍ୟାନ୍ନ,

ଝାଂଜି ବହୁଥିଲା ହୃଦୟ କାନନେ,

ନବ ପଲ୍ଲବରେ ପଲ୍ଲବିତ କଲ,

ବସନ୍ତ ଆସିଲା ତୁମ ଆଗମନେ


ଜୀବନଟା ମୋତେ ତୁଛ ଲାଗୁଥିଲା,

ଘାରିଥିଲା ମୋତେ ଦୁଃଖ ଅବସାଦ,

ତୁମେ ଆଣିଦେଲ ଆନନ୍ଦର ବାସ୍ନା,

ହଜିଯାଇଥିବା ସ୍ୱପ୍ନ ଭରା ନିଦ


ବଂଚିବାର ରାହା ହରେଇ ମୁଁ ଥିଲି,

ସୁରଭି ବିହୀନ କାଗଜର ଫୁଲ,

ପଥଧାରୁ ତୁମେ ତୋଳିନେଲ ମୋତେ,

ତୁମ ସୌରଭରେ ସୁରଭିତ କଲ


ଧୂଳିରୁ ଗୋଟେଇ ମହଲେ ରଖିଲ,

ପୂଜା କଲ ମୋତେ କରି ଦେବତା,

କଥା ଦେଉଅଛି ଥିବି ତୁମ ସାଥେ,

ଜଳିବା ଯାଏ ଶେଷ ଜୀବନ ଚିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract