ଶ୍ରେଷ୍ଠ ବନ୍ଧୁ
ଶ୍ରେଷ୍ଠ ବନ୍ଧୁ
ଶ୍ରେଷ୍ଠ ବନ୍ଧୁ
ଲକ୍ଷେ ଜୀବନ
ନିସ୍ତରି ଯାଆନ୍ତି
ତୁମରି ସ୍ପର୍ଶ ମାତ୍ରେ,
କୋଟି ଯନ୍ତ୍ରଣା ର
ଉପଶମ ହୁଏ
ତୁମେ ଆସିଗଲେ ସତେ,
ଈଶ୍ୱରଙ୍କ ତୁମେ
ଭିନ୍ନ ଅବତାର
ଦୁଃଖୀ ମଣିଷ ର ସାହା,
ଯନ୍ତ୍ରଣା ସୀମା ଲଙ୍ଘିବା
ଆଗରୁ ତୁମେ ପାଶେ
ଆସି ହୁଅ ଠିଆ
ତୁମେ ଥିଲେ ପାଶେ
ମୃତ୍ୟୁ ବି କିଛି
ଦୂର ଯାଏ ଘୁଞ୍ଚି,
ହାତ ରେ ତୁମ କଲମ
ଥାଉ ଅବା ତୁମ
ଡାକ୍ତରୀ ଯନ୍ତ୍ରପାତି l
ମାନବ ଜାତି ର
ତୁମେ ତ
ଶ୍ରେଷ୍ଠ ବନ୍ଧୁ,
ବିପତ୍ତି ବେଳ ରେ
ଦେଶକୁ ବଞ୍ଚାଅ
ଢାଳି ନିଜ ସ୍ବେଦବିନ୍ଦୁ l
