STORYMIRROR

Krushnapriya Mohapatra

Abstract

3  

Krushnapriya Mohapatra

Abstract

ଷଟପଦି

ଷଟପଦି

1 min
11.6K

ମୁଗ୍ଧ ହୁଏ ତୋର ସ୍ନିଗ୍ଧ ଲାବଣ୍ୟରେ ।

ମହକ ମଦିରା ବିଞ୍ଚୁ ଥାଉ ହେଳେ

ପାଖୁଡା ତୋ ଖୋଲି ସୁଢ଼ଳେ।

ମୄଦ୍ୟୁ ମନ୍ଦ ମନ୍ଦ ପବନ ତରଙ୍ଗେ

ହିଲ୍ଲୋଳିତ କରୁ ସାଦରେ

ସ୍ୱାଗତ ସମ୍ଭାର ଅର୍ପି ଦେଉ କ୍ଷଣେ

 ପ୍ରକୃତି ଇଙ୍ଗିତ ସୂତ୍ରରେ।


ଫୁଲେ ବସି ମହୁ ଶୋଷି ଯାଉ ଉଡ଼ି 

ବହୁ ଦୂରେ ସଂଗୋପନରେ

ଝରି ଯାଏ ଫୁଲ ଶେଷେ ହୋଇ ଶୁଷ୍କ

ପଚାରୁ ଥରେ କି ଆଦରେ

କଷ୍ଟ ହୁଏ କେତେ ସୁକୋମଳ ଅଙ୍ଗେ

ତୋ ଶୁଣ୍ଢର ପୀଡାଘାତରେ

ବସନାହିଁ କେବେ ମନାକି କରଇ

ରୂପମୟୀ ପୁଷ୍ପ କାତରେ


କହେ ଷଟପଦି ଟି ମୁଁ ଅଟେ ମାତ୍ରକ

ନିୟତି ନିର୍ଦ୍ଦେଷେ ପରିଚାଳିତ

ବସେ ନାନା ଫୁଲେ ଶୋଷି ଥାଏ ମହୁ

କରେ ମୁଁ ପ୍ରକୃତି ପାଇଁ ଉଚିତ


ବିଧାତା ଗଢିଛି ଉଡି ଫୁଲେ ଫୁଲେ

ମହୁ ସହ ନିଏ ପରାଗ ରେଣୁ

ପରାଗ ସଙ୍ଗମ ମୋ ମାଧ୍ୟମେ ହୁଏ

ନିୟମେ ବଂଶ ବିସ୍ତାରଇ ଯେଣୁ


ପ୍ରକୃତିକୁ ଅପରୂପା କରିଦେଉ

ଫୁଟି ତୁହି ବନ ଉପବନରେ

ସୁଗନ୍ଧ ବିତରିଦେଉ ସଂସାରକୁ

ସନ୍ତୁଳନ ରଖି ଥାଉ ମହୀରେ

ଦୁହେଁ ପରା କରୁଅଛେ ଅନ୍ୟ ପାଇଁ

ପର ଉପକାର ନିମନ୍ତେ

କଷ୍ଟ ହୁଏ ସିନା ମନ ହୁଏ ତୃପ୍ତ

ସଫଳ ହେବ ଟି ଜନ୍ମରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract