STORYMIRROR

Sabitri Mohapatra

Abstract Inspirational Others

3  

Sabitri Mohapatra

Abstract Inspirational Others

ମୁକ୍ତି

ମୁକ୍ତି

1 min
12K


ଅନ୍ଧକାରର କୋଠରୀରୁ 

ବାହାରି ଆସିଛି ମୁଁ 

ଆଲୋକର ଶିଖା ହୋଇ 


ମୁକ୍ତିର ଆଲୋକ ଆଜି 

ଖେଳିଯାଏ ତନୁମନ ଆଉ 

ସର୍ବାଙ୍ଗ ଶରୀରରେ 


ସତେ ଯେପରି ବନ୍ଦୀ ହୋଇଥିବା 

ଅନେକ ଦିନର କଏଦୀଟିଏ ମୁଁ 

ଆଜି ପାଇଛି କାରାଗାରରୁ ମୁକ୍ତି 

ଆଉ ପୁଣି କଠୋର ଶୁଙ୍ଖଳାରୁ ମୁକ୍ତି 


ସବୁକିଛି ଭୁଲିଯାଇ 

ମନ ଚାହୁଁଛି ଖାଲି ଦେଖିବ 

ଏଇ ରଙ୍ଗିନ ଦୁନିଆକୁ 

ଝରଣାର କୁଳୁକୁଳୁ ନାଦକୁ 

ଉପଭୋଗ କରିବ 


ପୁଣି ଶ୍ରାବଣର ଧାରାକୁ 

ଅଙ୍ଗେ ନିଭେଇବ 

ଶୀତ ସକାଳର ସୁନେଲି କିରଣକୁ 

ଅନୁଭବ କରିବ


ପୁଣି ମଧୁମୟ ବସନ୍ତକୁ 

ପ୍ରାଣଭରି ଉପଲବ୍ଧି କରିବ 

ସତେ ସ୍ୱାଧିନତାର ସ୍ୱାଦ 

କେତେ ମଧୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract