STORYMIRROR

Tapaswini DashSarangi

Abstract Others

3  

Tapaswini DashSarangi

Abstract Others

କବିର କଥା

କବିର କଥା

1 min
11.7K

କବି ନିତି ମରେ

କବି ନିତି ଝୁରେ

କବି ନିତି ହଜୁଥାଏ

ମରିବା ଝୁରିବା ହଜିବା ସବୁ ଯେ

ସ୍ୟାହିରେ ଜୀବନ୍ତ ହୁଏ।

କବି ନିତି ହସେ

କବି ନିତି କାନ୍ଦେ

କବି ନିତି ଜଳୁଥାଏ

ହସ କାନ୍ଦ ଆଉ ଜଳିବା ସବୁକୁ

ଲେଖନୀଟି ସହୁଥାଏ।

କବି ନିତି ଭାବେ

କବି ନିତି ମଜ୍ଜେ

କବି ଉଜାଗର ଥାଏ

ଭାବିବା ମଜ୍ଜିବା ଉଜାଗର ସବୁ

ସୃଜନୀର ରୂପ ନିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract