କବିର କଥା
କବିର କଥା
କବି ନିତି ମରେ
କବି ନିତି ଝୁରେ
କବି ନିତି ହଜୁଥାଏ
ମରିବା ଝୁରିବା ହଜିବା ସବୁ ଯେ
ସ୍ୟାହିରେ ଜୀବନ୍ତ ହୁଏ।
କବି ନିତି ହସେ
କବି ନିତି କାନ୍ଦେ
କବି ନିତି ଜଳୁଥାଏ
ହସ କାନ୍ଦ ଆଉ ଜଳିବା ସବୁକୁ
ଲେଖନୀଟି ସହୁଥାଏ।
କବି ନିତି ଭାବେ
କବି ନିତି ମଜ୍ଜେ
କବି ଉଜାଗର ଥାଏ
ଭାବିବା ମଜ୍ଜିବା ଉଜାଗର ସବୁ
ସୃଜନୀର ରୂପ ନିଏ।