STORYMIRROR

MADHU MITA

Abstract

3  

MADHU MITA

Abstract

ଆପଣାର

ଆପଣାର

1 min
11.5K

ତୁମେ ଜୀବନରେ ଏତେ ଜରୁରୀ ହୋଇ ଯାଇଛ..

କଣ ଆଉ କହିବି..!!

ତୁମ ବିନା ସତେ ତ ସବୁ ଅନ୍ଧାର ଦେଖା ଯାଏ..


ଆଖି ଖୋଲିଲା ପର ଠାରୁ..ବନ୍ଦ କରିବା ଯାଏଁ..

ତୁମରି ସହ ହିଁ..

ମୋ ସମୟ ବିତିଥାଏ..ଆଉ ଦିନ ବି ସରି ଯାଏ..


ସୌନ୍ଦର୍ଯ୍ୟ ପରିଚାୟକ ତୁମେ..ତୁମେ ଅଛ ବୋଲି..

ମୋ ସୌନ୍ଦର୍ଯ୍ୟ..

ସତେ ଯେପରି ବହୁଗୁଣିତ ହୋଇ ଯାଇଥାଏ...


ଆବଶ୍ୟକତା ର ଅଭିନ୍ନ ଅଙ୍ଗ ତୁମେ..ନିତ୍ୟ ସହାୟକ...

ତୁମେ ଅଛ ତେଣୁ ତ..

ଆଜି ମୁଁ ଆଗେଇ ଯାଏ..ଆଉ ସ୍ବପ୍ନ ବି ସାକାର କରି ଯାଏ..


କାହିଁକି ଛଳନା କରୁଛ..ସକାଳୁ ଖୋଜୁଛି..ଜାଣି ପାରୁନି..

ତୁମେ କେଉଁଠି ଅଛ...

ତୁମ ଛଡ଼ା ମୁଁ ଯେ ଶୂନ୍ୟ..ଏ କଥା ମୁଁ ହିଁ ଯେ ଜାଣିଥାଏ...


ମନ ଦୁଃଖରେ ବସି ଥିଲି..ଆଉ ଆଗେଇ ପାରୁ ନ ଥିଲି..

ଛୋଟ ନାତୁଣୀ ଡାକ ବି..

ସତେ ମୋ କାନରେ ଆଉ ପଡୁ ନ ଥାଏ..


ଏଠି ବସିଛ..ଦୋୖଡି ଆସିଲା..ଆରେ ଦେଖ ତ..

କହି ସେ ତୁମକୁ..

ମୋ ମଥା ଉପରୁ ଆଣି..ଆଖିରେ ଲଗେଇ ଦେଇଥିଲା...


ଆହା!!!ଖୁସିରେ କୁଣ୍ଢେଇ ପକେଇଲି..ପୁଣି ସବୁ ଦେଖି ପାରିଲି..

ତୁମେ ଆସି ଗଲାରୁ ପୁଣି..

ମୁଁ..ଦୁନିଆ ଦେଖିଲି..ଆଉ ଜୀବନ ସୁରୁଖୁରୁରେ ଆଗେଇ ଗଲା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract