ଶକ୍ତିର ଉତ୍ସ ରେ ମୁଁ
ଶକ୍ତିର ଉତ୍ସ ରେ ମୁଁ
ଶକ୍ତି ଶ୍ରେଷ୍ଠ ସର୍ବସ୍ୱ ତା ନାହିଁ ତ ବିକଳ୍ପ
ଶକ୍ତି ସଞ୍ଚୟ କରିବା ଅଭିନ୍ନ ସଂକଳ୍ପ
ଶାରୀରିକ ଶ୍ରମେ ଶକ୍ତି ହୁଏ ସଂଗୃହିତ
ସକ୍ତିମାନ ସବୁଠାରେ ହୁଅଇ ଆଦୃତ
ଶକ୍ତି ର ନାହିଁ କିଛି ବିକଳ୍ପ ।।
ଶକ୍ତି ବଳେ ଏ ସଂସାର ହୁଏ ଆତଜାତ
ବିଶୁଦ୍ଧ ପାନୀୟ ପାନେ ସୁ-ସୁଷମ “ଖାଦ୍ୟ
ବଳେ” ଶକ୍ତିମାନ ଯୋଗୀ କରେ ଜପ ତପ
ଚର୍ତୁପାର୍ଶ୍ଵେ ଶକ୍ତି ମଧ୍ୟେ ଶିବ ବିରାଜିତ
ଶକ୍ତି ର ନାହିଁ କିଛି ବିକଳ୍ପ
ଶକ୍ତି ବଳେ ସାଧିପାରେ ନିର୍ବିକଳ୍ପ ତପ
ଇଛାଶକ୍ତି ବଳେ ଅସାଧ୍ୟ ସାଧଇ ମାନବ
ସୈାରଶକ୍ତି ଆଲୋକ ରେ ଧରା ଆଲୋକିତ
ଇଛାଶକ୍ତି ଗଢିଦିଏ ପ୍ରେମର ସଉଧ
ଶକ୍ତିର ନାହିଁ କିଛି ବିକଳ୍ପ
ପ୍ରେମମୟ ମୋ ପ୍ରେମର ଅସୀମ ଶକତି
ତୁମ ପଦ ସରସିଜ ସରସୀ ରେ ଭକ୍ତି
କରି ପଦାମୃତ ରସେ ହୁଏ ରସାଣିତ
ଦିଅ ସତ୍ୟ ଶୁଭ ବୁଦ୍ଧି ଆହେ ବିଶ୍ଵ ତାତ
ଶକ୍ତିର ନାହିଁ କିଛି ବିକଳ୍ପ
ଶକ୍ତିମୟୀ ଯୋଗମାୟା ଦେବୀ ମହାମାୟୀ
ବିଜୁଳି କନ୍ୟା ବିଜୁଳୀ ସମ ତେଜୋମୟୀ
ଶକ୍ତିର ଉତ୍ସ ତା ପଦ ଶବ ହୁଏ ଶିବ
ଶକ୍ତିମତୀ ସତୀ ପଦେ ହେଲି ସମର୍ପିତ
ଶକ୍ତିର ନାହିଁ କିଛି ବିକଳ୍ପ
