Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ହେ ଦେବୀ

ହେ ଦେବୀ

1 min
134



ତୁମେ ଓହ୍ଲେଇ ଆସିବାକୁ ଅଣ୍ଟା ଭିଡିଲନି

ବିରାଟ ସୌନ୍ଦର୍ଯ୍ୟକୁ ଧରି 

ଯାହା କଳନା କରିବା କାଠିକର

ତୁମକୁ ତ ସୂର୍ଯ୍ୟ ଅନେଇ ରହିଛି

ଆଲୋକର ତୋରଣ ସଜେଇ l


ଇନ୍ଦ୍ରଧନୁର ସପ୍ତରଙ୍ଗ ଧରି

ଜହ୍ନ ବି ଜଗି ବସିଛି 

ମୁରୁଜକୁ ବୁଣି,ଦୀପ ସହ

ଦିକିଦିକି ତାରାଙ୍କ ଗହଣେ।


ଆକାଶ ନିଜର ଦେହକୁ

ସଜେଇ ଦେଇଛି ଭସା ବାଦଳକୁ ନେଇ

ରଙ୍ଗ ବେରଙ୍ଗରେ ଛାଇ ବି ଦେଲାଣି

ଆନନ୍ଦିତ ହୋଇ

ସମୁଦ୍ରର ଲହଡ଼ି କୁଆବୁଆ l


ନିଜର ତରଙ୍ଗକୁ ଧରି ପଖାଳିବ 

ତୁମର ପାଦକୁ ଆଉ ନଦୀମାନେ ବି 

ମଥାପିଟି ଦୌଡିଲେଣି ଆଗକୁ ଆଗକୁ

କଳକଳ ଛଳଛଳ ନିର୍ମଳତାରେ।


ବୃକ୍ଷମାନେ ସବୁଜ,ସତେଜ ଓ ସୁନ୍ଦର

ଫୁଲ ଆଉ ଫଳ ଦେବାରେ,

ନୁହେଁ କୁଣ୍ଠାବୋଧ

ଭକ୍ତି,ପ୍ରେମ,ଧର୍ମ ଓ କର୍ମରେ ମସଗୁଲ

ସଂସାରରେ ସଜବାଜ ସହ 

କିଏ କେତେ ବ୍ୟାକୁଳିତ।


ହେ ଦେବୀ !

ତୁମକୁ ସ୍ବାଗତ

ତୁମେ ଯଥାଶୀଘ୍ର ଓହ୍ଲାଇ ଆସ

ଭରି ଦେବାକୁ ଆକାଶେ ଆଲୁଅ

ଆକାଶେ କୁସୁମ

ପ୍ରାଣୀ ଓ ଉଭିଦଙ୍କ ଦୀର୍ଘ ଭବିଷ୍ୟତ ପାଇଁ।

ହେ ଦେବୀ !


ତୁମ ଆଗମନେ ଏ ଧରିତ୍ରୀ

ଏତେ ବ୍ୟାକୁଳ

ତୁମେ କିନ୍ତୁ ନିଶ୍ଚୟ 

ପ୍ରାଣୀ ଓ ଉଭିଦଙ୍କୁ 

ଭରିଦେବ ସନ୍ତୋଷ ସମୃଦ୍ଧ

ମୁଠାଏ ଆନନ୍ଦରେ ବିଚରଣ କରିବେ

ଭୁଲି ଦୁଃଖ ଓ ଯନ୍ତ୍ରଣା l



Rate this content
Log in

Similar oriya poem from Abstract